ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ସୋମବାର, ୨୬ ଅଗଷ୍ଟରେ ପାଳନ କରାଯାଉଛି । ଏହି ବର୍ଷ ଜନ୍ମାଷ୍ଟମୀରେ ୪ଟି ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାପର ଯୁଗରେ ପ୍ରଭୁଙ୍କ ଜନ୍ମ ସମୟରେ ହୋଇଥିଲା । ଭାଦ୍ରକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ, ରୋହିଣୀ ନକ୍ଷତ୍ର, ବୃଷ ଲଗ୍ନ ସହ ଚନ୍ଦ୍ରମା ମଧ୍ୟ ବୃଷ ରାଶିରେ ରହିବେ । ଏହି ୪ଟି ଦୁର୍ଲ୍ଲଭ ସଂଯୋଗ ଦୀର୍ଘ ବର୍ଷ ପରେ ଜନ୍ମାଷ୍ଟମୀରେ ପଡୁଛି।ଚଳିତ ବର୍ଷ ୨୬ ଅଗଷ୍ଟରେ ପାଳନ କରାଯାଉଥିବା ଏହି ପର୍ବ ଖୁବ୍ ଖାସ୍ । ଚଳିତ ବର୍ଷର ଜନ୍ମାଷ୍ଟମୀ ଅବସରରେ ଅଦ୍ଭୁତ ସଂଯୋଗ ସୃଷ୍ଟି ହେଉଛି । ଯାହା ଦ୍ୱାପର ଯୁଗରେ ଭଗବାନ କୃଷ୍ଣଙ୍କ ଜନ୍ମ ସମୟରେ ସୃଷ୍ଟି ହୋଇଥିଲା ବୋଲି ମାନ୍ୟତା ରହିଛି ।ବ୍ରତ ପାଳନ ସଂକଳ୍ପ କରି ରଖିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି କୁହାଯାଏ । ପ୍ରଭୁଙ୍କୁ ସ୍ମରଣ କରି ବ୍ରତ ରଖି, ବ୍ରତ ସଫଳ କରନ୍ତୁ ବୋଲି ପ୍ରାର୍ଥନା କରନ୍ତୁ । ରାତି ୧୨ଟା ପର୍ଯ୍ୟନ୍ତ ଉଜାଗର ରୁହନ୍ତୁ । ଏହାପରେ ପ୍ରଭୁଙ୍କ ପୂଜା କରନ୍ତୁ । ଭୋଗ ଅର୍ପଣ କରନ୍ତୁ ।