ସ୍ୱାମୀର ମାଡ଼ରେ ଗର୍ଭବତୀ ସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଭଦ୍ରକ ତିହିଡ଼ି ଥାନା ତାଳପଦା ଗାଁରୁ ଏହି ଖବର ଆସିଛି । ୪ ମାସର ଗର୍ଭବତୀଙ୍କୁ ତାଙ୍କ ସ୍ୱାମୀ ନିଶାଗ୍ରସ୍ତ ଅବସ୍ଥାରେ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମହିଳାଙ୍କ ବାପଘର ଲୋକେ । ମୃତ ମହିଳାଙ୍କ ସ୍ବାମୀକୁ ପୋଲିସ ହେପାଜତକୁ ନେଉଥିବା ବେଳେ ନ୍ୟାୟ ଦାବିରେ ପୋଲିସ ଗୋଡ ତଳେ ପଡି ନେହୁରା ହେଲେ ଉଭୟ ପୁଅ ଓ ଝିଅ ଘର ଲୋକେ ।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ ତାଳପଡ଼ା ଗାଁର ମୋନାଲିସା ଜେନା ମିରସାହି ଅଞ୍ଚଳର ଶଙ୍କର୍ଷଣ ଜେନାଙ୍କୁ ୨୦୧୯ ମସିହାରେ ପ୍ରେମ ବିବାହ କରିଥିଲେ । ତାଙ୍କର ୩ ବର୍ଷର ଝିଅ ଥିବା ବେଳେ ମୋନାଲିସା ୪ ମାସର ଗର୍ଭବତୀ ଥିଲେ । ତେବେ କୌଣସି କାରଣକୁ ନେଇ ତାଙ୍କୁ ପ୍ରଥମେ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର ହେବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୋନାଲିସାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ତିହିଡି ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ହୋଇଛି ।