ଉପର ଫ୍ଲୋର୍କୁ ଯିବା ଲାଗି ଲିଫ୍ଟ ବଦଳରେ ପାହାଚ ବ୍ୟବହାର କରନ୍ତୁ। ଏହାଦ୍ୱାରା କ୍ୟାଲୋରି ବର୍ନ ହେବା ସହ ଶରୀର ମଧ୍ୟ ଫିଟ୍ ରହିବ। ସନ୍ତୁଳିତ ଖାଦ୍ୟପେୟ ମଧ୍ୟ ଫିଟ୍ ରହିବା ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ହେଲେ ବର୍ତ୍ତମାନ ଫାଷ୍ଟଫୁଡ୍, ଜଙ୍କଫୁଡ୍ ଭଳି ଖାଦ୍ୟ ଅନେକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ଇଚ୍ଛା ହେଲେ ଫାଷ୍ଟଫୁଡ୍ ବଦଳରେ ଘରୋଇ ହେଲ୍ଦି ଖାଦ୍ୟ ଖାଆନ୍ତୁ। ପ୍ରତିଦିନ କିଛି ସମୟ ଯୋଗ, ବ୍ୟାୟାମ କରନ୍ତୁ। ମ୍ୟୁଜିକ୍ ଲଗାଇ କିଛି ସମୟ ଡ୍ୟାନ୍ସ କଲେ ମଧ୍ୟ ଖୁବ୍ ଭଲ ଏକ୍ସରସାଇଜ୍ ହୋଇପାରିବ। ଯଦି ସୁବିଧା ଅଛି, ତେବେ ସାଇକ୍ଲିଂ କଲେ ବି ବେଶ୍ ଉପକୃତ ହୋଇପାରିବେ। ପ୍ରତିଦିନ ଏକ୍ସରସାଇଜ୍ କଲେ ମେଦବହୁଳତା, ହୃଦ୍ରୋଗ, ଡାଇବେଟିସ୍ ଭଳି ଅନେକ ସମସ୍ୟାଠୁ ଦୂରେଇ ରହିପରିବେ। ତେଣୁ ପ୍ରତି ୭-୮ ଘଣ୍ଟା କିମ୍ବା କିଛି ନିର୍ଦ୍ଦିଷ୍ଟ ସମୟ ନ ରଖି ଶରୀରର ଆବଶ୍ୟକତା ଅନୁଯାୟୀ ଶୁଅନ୍ତୁ। ଏହାଦ୍ୱାରା ଶରୀରର ମେଟାବୋଲିଜମ୍ ଠିକ୍ ରଖିବ, ଉଭୟ ଶରୀର ଏବଂ ମନ ଷ୍ଟ୍ରେସ୍ ଫ୍ରି ରହିବା ସହିତ ରୋଗ ପ୍ରତିରୋଧକ ଶକ୍ତି ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ।