ମହାକୁମ୍ଭରୁ ଭାଇରାଲ୍ ହୋଇଥିବା ମୋନାଲିସା ଭୋସଲେ ପୁଣି ଚର୍ଚ୍ଚାରେ । କେରଳର ଏକ ମନ୍ଦିରରେ ନିଜ ମୁସଲିମ ପ୍ରେମିକ ପରମାନଙ୍କୁ ବିବାହ କରିଥିଲେ ମୋନାଲିସା । କିନ୍ତୁ ତାଙ୍କ ବାପାଙ୍କ ଅଭିଯୋଗ ପରେ ମୋନାଲିସା ନାବାଳିକା ଥିବା ଜଣାପଡ଼ିଥିଲା । ଏହା ପରେ ଫରାମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ପୋଲିସ ମାମଲା ରୁଜୁ କରିଛି ।ଏବେ ତାଙ୍କ ସ୍ୱାମୀ ଫରମାନ ବଡ଼ ଦାବି କରିଛନ୍ତି । ମୋନାଲିସା ତାଙ୍କୁ ଛାଡି ପଳାଇଥିବାବେଳେ ତାଙ୍କୁ ଖୋଜିବା ଲାଗି ସେ ରାଜସ୍ଥାନର ଆଜମେର ଆସିଥିବା କହିଛନ୍ତି । ଏପରି ଦାବି କରୁଥିବା ଫରମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଭାଇରାଲ ଗର୍ଲ ମୋନାଲିସା ଭୋସଲେ ନିକଟରେ ଫରମାନ ଖାନଙ୍କୁ ବିବାହ କରିଥିଲେ । ଏହି ବିବାହ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲା । କେହି ଏହାକୁ ଲଭ୍ ଜିହାଦ ବୋଲି କହିଥିଲେ । ଏହି ସମୟରେ ଜାତୀୟ ଅନୁସୂଚିତ ଜନଜାତି କମିଶନ (NCST) ତଦନ୍ତରୁ ଜଣାପଡିଛି ଯେ ମୋନାଲିସା ଜଣେ ନାବାଳିକା ଏବଂ ନାବାଳିକା ହୋଇ ଫରମାନ ତାଙ୍କୁ ବିବାହ କରିଥିବାରୁ ଏହି ଘଟଣା ଏବେ ଆହୁରି ବିବାଦୀୟ ହୋଇପଡ଼ିଛି । ଏହା ଜଣାପଡ଼ିବା ପରେ ଘୁମନ୍ତୁ ପାରଧି ସମ୍ପ୍ରଦାୟର ସଦସ୍ୟମାନେ ମଧ୍ୟ ପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ମୋନାଲିସାଙ୍କ ବିବାହକୁ “ଅମାନ୍ୟ” ଘୋଷଣା କରିବାକୁ ଦାବି କରାଯାଇଛି ।ଉତ୍ତର ପ୍ରଦେଶର ଜଣେ ବାସିନ୍ଦାଙ୍କ ଅଭିଯୋଗ ପାଇବା ପରେ କମିଶନ ମାର୍ଚ୍ଚ ୧୭ରେ ଏକ ତଦନ୍ତ କମିଟି ଗଠନ କରିଥିଲେ। ପୋଲିସ କହିଛି ଯେ, ମହେଶ୍ୱରରେ ମୋନାଲିସାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଅପହରଣ ଏବଂ ଯୌନ ଅପରାଧ ଏବଂ POCSO ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ମହାକୁମ୍ଭ ମୋନାଲିସା ଘଟଣା; ମୁସଲିମ ସ୍ଵାମୀ ଆଣିଲେ ବଡ଼ ଅଭିଯୋଗ
By madhulekha1 Min Read
