ମହାପ୍ରଭୁଙ୍କୁ ନେଇ ପ୍ରସ୍ତୁତ ହୋଇଛି କପୋଳକଳ୍ପିତ ଆନିମେସନ କାହାଣୀ । କଠୋର ହେଲା ଶ୍ରୀମନ୍ଦିର ପ୍ରଚାର ପ୍ରସାର ଉପସମିତି। ସ୍ଥଗିତ ରହିଲା ଶ୍ରୀଜଗନ୍ନାଥଙ୍କୁ ନେଇ ଫୁଲ ଫିଚର୍ ଆନିମେସନ୍ ଫିଲ୍ମ ମହାପ୍ରଭୁ ଜଗନ୍ନାଥ । ଏହି ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ତାଙ୍କ ମତରେ, ଫିଲ୍ମଟି ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ମନଗଢ଼ା, ଯାହା ଶାସ୍ତ୍ରୀୟ ବର୍ଣ୍ଣନାର ବିରୋଧୀ।ମହାପ୍ରଭୁଙ୍କୁ ନେଇ ଏଭଳି ବିକୃତ ତଥ୍ୟ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବ ବୋଲି ବୈଠକରେ ମତପ୍ରକାଶ ପାଇଛି। ମହାପ୍ରଭୁଙ୍କ ମହିମାର ପ୍ରଚାର କେବଳ ଶାସ୍ତ୍ରୀୟ ଧାରାରେ ହେବା ଉଚିତ ବୋଲି ଗଜପତି ମହାରାଜା ଦୃଢ଼ ମତ ଦେଇଛନ୍ତି।ମହାପ୍ରଭୁ ଜଗନ୍ନାଥ ଫିଲ୍ମଟି ସମ୍ପୂର୍ଣ୍ଣ କାଳ୍ପନିକ ସ୍ୱୀକାର କରିଛି ଏଲି ଏନିମେସନ ପ୍ରାଇଭେଟ୍ ଲିମିଟେଡ ସଂସ୍ଥାର ପ୍ରଯୋଜକ । ଏହା ସହ ରିଲିଜ୍ ସ୍ଥଗିତ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।ଯୁବ ଉଦ୍ୟୋଗୀମାନେ ମହାପ୍ରଭୁଙ୍କ ମହିମା ନେଇ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଏହା ଧର୍ମ ଶାସ୍ତ୍ର ଆଧାରରେ ହେବା ଉଚିତ୍ ବୋଲି ମତ ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ଆଗାମୀ ଦିନରେ ପ୍ରଚାର ପ୍ରସାର କମିଟିର ଡିଜିଟାଲ ମଣ୍ଡଳୀ ଏ ବାବଦରେ ଅଧିକ ଆଲୋଚନା କରିବା ସହ ଏଇଭଳି ଏକାଧିକ ଅପପ୍ରଚାର ରୋକିବା ଦିଗରେ କାମ କରିବ କହିଛନ୍ତି ଗଜପତି ମହାରାଜା ।
ମହାପ୍ରଭୁଙ୍କ ଉପରେ ଆଧାରିତ ଆନିମେଟେଡ୍ ଫିଲ୍ମ ମୁକ୍ତିଲାଭରେ ଲାଗିଲା ରୋକ୍
By madhulekha1 Min Read
