ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ସିନେ ଆଣ୍ଡ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA)ର ଅଧ୍ୟକ୍ଷା ପୁନମ ଢିଲୋନ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୁନମ୍ ଢିଲୋନ୍ । ତାଙ୍କର ଆଡମିଟ୍ ହେବା ଖବର ପରେ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତାର ବାତାବରଣ ଖେଳି ଯାଇଛି। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀଙ୍କ ବନ୍ଧୁ ତଥା ଅଭିନେତ୍ରୀ ପଦ୍ମିନୀ କୋଲହାପୁରୀ ପୂନମଙ୍କ ସ୍ୱାସ୍ଥ୍ୟ ନେଇ ଅପଡେଟ୍ ସେୟାର କରିଛନ୍ତି।
ପୂନମ ଧିଲୋନଙ୍କ କଥା ଯଦି କହିବା ତ, କିଛି ଦିନ ପୂର୍ବରୁ ସେ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଗତ କିଛିଦିନ ହେବ CINTAA ରେ ନେତୃତ୍ୱକୁ ନେଇ ଲଗାତାର ବିବାଦ ଚାଲିଛି। ଏହାର ଅଧ୍ୟକ୍ଷ ପୂନମ ଧିଲୋନ୍ ଅଛନ୍ତି।ଖବର ମୁତାବକ, ପୁନମ ଢିଲୋନ୍ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଏବେ ଧୀରେ ଧୀରେ ସୁଧୁରୁଛି ଏବଂ ସୁସ୍ଥତା ଅନୁଭବ କରୁଛନ୍ତି ।
