ମଲାଇକା ସବୁକିଛି ଭୁଲି ଜଣେ ମିଷ୍ଟ୍ରି ମ୍ୟାନ୍ଙ୍କ ପ୍ରେମରେ ଉବୁଟୁବୁ ଥିବା ଚର୍ଚ୍ଚା ହେଉଛି। ମଲାଇକା ଏନେଇ ମୁହଁ ଖୋଲିଛନ୍ତି।
ମୁଁ ଭାବୁଛି ଜୀବନର କିଛି ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ରାଗ ଏବଂ ଦୁଃଖ ଆସେ। ଏହା ସମସ୍ତଙ୍କ ସହିତ ଘଟେ। ଆମେ ମଣିଷ। ଆମେ ସମସ୍ତେ ବେଳେବେଳେ ନିରାଶାର ସମୟ ଦେଇ ଗତି କରୁ। ଏହା ମାନବ ସ୍ବଭାବ। କିନ୍ତୁ ସମୟ ବିତିବା ସହିତ ସବୁକିଛି ସୁଧୁରିଯାଏ ବୋଲି କୁହନ୍ତି ମଲାଇକା।
ମିଷ୍ଟ୍ରି ମ୍ୟାନ୍ଙ୍କୁ ନେଇ ମଲାଇକା ଆଉ କୁହନ୍ତି, ଲୋକମାନେ କଥା ହେବାକୁ ଭଲ ପାଆନ୍ତି। ଯଦି ମୁଁ କାହା ସହିତ କୁଆଡେ ଯାଏ ଲୋକେ ବଡ଼ ସମସ୍ୟା ହୋଇଯାଏ। ମୁଁ ଏହି ଗୁଜବକୁ ଅଯଥାରେ ପ୍ରସୟ ଦେବାକୁ ଚାହୁଁନାହିଁ। ଏହା ମୋ ପାଇଁ ନିତିଦିନିଆ ଘଟଣା। କିନ୍ତୁ ମୋତେ ଫରକ ପଡ଼େ ନାହିଁ।
