ସଲମାନ ଖାନ୍ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ ପାଇଁ ଖବରରେ ରହିଛନ୍ତି । ନିକଟରେ ଫିଲ୍ମର ପ୍ରଥମ ଗୀତ ‘‘ମାତୃଭୂମି” ରିଲିଜ୍ ହୋଇଥିଲା, ଯାହାକୁ ଅରିଜିତ ସିଂହ ଗାଇଥିଲେ। ଏହି ଗୀତକୁ ଦର୍ଶକଙ୍କଠାରୁ ଏକ ଜବରଦସ୍ତ ପ୍ରତିକ୍ରିୟା ମିଳିଥିଲା । ଭାଲେଣ୍ଟାଇନ୍ସ ଡେ’ ଅବସରରେ ନିର୍ମାତାମାନେ ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ର ଦ୍ବିତୀୟ ଗୀତ ରିଲିଜ୍ କରିଛନ୍ତି । ୪ ମିନିଟ୍ ଏବଂ ୩୧ ସେକେଣ୍ଡର ଏହି ଗୀତରେ ସଲମାନ ଏବଂ ଚିତ୍ରାଗନ୍ଦାଙ୍କ ଅନ୍ ସ୍କ୍ରିନ୍ ଲଭଷ୍ଟୋରୀ ଦେଖିବା ସହିତ ଜଣେ ସୈନିକ ପରିବାରର ବଳିଦାନକୁ ଦେଖିବାକୁ ପାଇବେ ଦର୍ଶକ ।ଶ୍ରେୟା ଘୋଷାଲ୍ ଏବଂ ଆୟନ୍ ଲାଲ୍ ଗାଇଥିବା ‘ମୈଁ ହୁଁ’ ପ୍ରେମର ପବିତ୍ର ରୂପକୁ ପାଳନ କରେ । ଏହି ଗୀତ ଗଭୀର ଭାବନାକୁ ପ୍ରକାଶ କରୁଥିବାର ଏକ ସ୍ୱର । ‘ମୈଁ ହୁଁ’ ଗୀତଟି ଏବେ ରିଲିଜ୍ ହୋଇଛି ।”ଯେଉଁଥିରେ ଯୁଦ୍ଧକ୍ଷେତ୍ରରେ ଜଣେ ସୈନିକଙ୍କୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କୁ ମନେପକାଉଥିବା ଦେଖିବାକୁ ମିଳିଛି ।
ରିଲିଜ୍ ହେଲା ‘‘ବ୍ୟାଟଲ୍ ଅଫ୍ ଗାଲୱାନ୍’’ର ‘ମୈଁ ହୁଁ’ ଗୀତ
By madhulekha1 Min Read
