ଚର୍ଚ୍ଚିତ ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନଙ୍କ ଆଗାମୀ ଫିଲ୍ମ ‘ଅବତାର: ଫାୟର ଆଣ୍ଡ ଆଶ୍’କୁ ସବୁ ସିନେମା ପ୍ରେମୀ ଅପେକ୍ଷା କରି ରହିଛନ୍ତି |କ୍ୟାମେରୁନଙ୍କ ଅବତାର ଫିଲ୍ମ ମଧ୍ୟ ତାଙ୍କ ଚମତ୍କାର ନିର୍ଦ୍ଦେଶନାର ପ୍ରମାଣ ଅଟେ । ଅବତାର ଲୋକଙ୍କୁ ‘ପ୍ୟାଣ୍ଡୋରା’ର ଏପରି ଏକ ଦୁନିଆ ନେଇଯାଏ, ଯେଉଁଠାରୁ ଦର୍ଶକ ନିଜକୁ ବାହାର କରିପାରନ୍ତି ନାହିଁ ।ଏବେ ପୁଣି ଥରେ କ୍ୟାମେରୁନ୍ ତାଙ୍କ ଫିଲ୍ମ ଅବତାରର ତୃତୀୟ ପାର୍ଟ ‘ଅବତାର: ଫାୟର ଆଣ୍ଡ ଆଶ୍’ ଖୁବଶୀଘ୍ର ବଡ଼ ପଦରେ ଆସିବାକୁ ଯାଉଛି । ଅବତାର ତୃତୀୟ ପାର୍ଟକୁ ସମସ୍ତେ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଫିଲ୍ମ ଡିସେମ୍ୱର ୧୯ରେ ସିନେମା ଘରକୁ ଆସିବ । ବାହୁବଳୀ ଓ ଆରଆରଆର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲି ଏହି ଫିଲ୍ମକୁ ଦେଖିଛନ୍ତି । ପ୍ରଥମେ ଏହି ଫିଲ୍ମ ଦେଖିବାର ସୁଯୋଗ ଦେଇଥିବାରୁ କ୍ୟାମେରୁନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଏହିଦିନ ଆସିବ ସିନେମା ଘରକୁ ଆସିବ ‘ଅବତାର: ଫାୟର ଆଣ୍ଡ ଆଶ’
By madhulekha1 Min Read
