ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ପୁଣି ଥରେ ବଡ଼ ପରଦାରେ ନିଜର ଯାଦୁ ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି । ଏକ ପ୍ରେସ୍ କନଫରେନ୍ସରେ ସେ ତାଙ୍କର ଆଗାମୀ ଦୁଇଟି ଫିଲ୍ମ ‘ରୂପା’ ଏବଂ ‘ଦୁନିଆଦାରୀ’ ବିଷୟରେ ଘୋଷଣା କରିବା ସହ ନିଜ କ୍ୟାରିୟରର ସଂଘର୍ଷ ବିଷୟରେ କହିଛନ୍ତି । ତେବେ ଏହି ଫିଲ୍ମରେ ସେ ନୂଆ ଅଭିନେତ୍ରୀ ରାନୀ ସ୍ବର୍ଣ୍ଣକରଙ୍କ ସହ ନଜର ଆସିବେ । ଫିଲ୍ମଟିକୁ ଗୋବିନ୍ଦା ନିଜେ ପ୍ରଡ୍ୟୁସ୍ କରିଛନ୍ତି । ଇଣ୍ଡଷ୍ଟ୍ରିରେ ତାଙ୍କୁ କିଭଳି ଅଣଦେଖା କରାଯାଇଥିଲା, ସେ ବିଷୟରେ ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ ଲୋକେ ଭାବୁଥିଲେ ସେ ଆଉ ଫିଲ୍ମକୁ ଫେରିବେ ନାହିଁ, କିନ୍ତୁ ସେ ପୁଣି ଥରେ ନିଜର ଜଲୱା ସହ ଫେରୁଛନ୍ତି ।ଗୋବିନ୍ଦା ୨୦୧୯ରେ ଫିଲ୍ମ ରଙ୍ଗିଲା ରାଜାରେ ନଜର ଆସିଥିଲେ । ଏଥିରେ ସେ ୨ଟି ଚରିତ୍ର ନିଭାଇଥିଲେ କିନ୍ତୁ ଫିଲ୍ମ ଟି ଚାଲିନଥିଲା । ଏହା ଛଡ଼ା ୨୦୨୨ରେ ଡକ୍ୟୁମେଣ୍ଟ୍ରୀ ନାମ ଥା କହ୍ନେୟା ଲାଲରେ ବି ଦେଖା ଯାଇଥିଲେ । ଗୋବିନ୍ଦା ଦୀର୍ଘ ୭ ବର୍ଷ ହେବ ପରଦାରୁ ଗାଏବ୍ ଅଛନ୍ତି । ଏହାବ୍ୟତିତ ସେ ଫ୍ରାଇଡେ ଆଗେୟା ହିରୋ,ହେ ବ୍ରୋ,ହାପି ଏଡଣ୍ଡିଂ,କିଲ୍ ଦିଲ୍,ଦିୱାନା ମେଁ ଦିୱାନା ,ଦିଲ୍ଲୀ ସଫାରୀ ଭଳି ଫିଲ୍ମ କରିଛନ୍ତି ।
୭ ବର୍ଷ ପରେ ପରଦାକୁ କମବ୍ୟାକ୍ କରୁଛନ୍ତି ସୁପର ଷ୍ଟାର ଗୋବିନ୍ଦା
By madhulekha1 Min Read
