ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଘର ଉପରେ ବୋମା ମାଡ଼ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରି ହେପାଜତରେ ରଖିଛି ।ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଶୁଭମ ଲୋନକର ଏବଂ ଆରଜୁ ବିଷ୍ନୋଇ ରୋହିତ ସେଟ୍ଟୀଙ୍କ ଘର ଉପରେ ଫାୟାରିଂ ପାଇଁ ନିଜକୁ ଦାୟୀ କରିଛି ।ବଲିଉଡ୍ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ମହାରାଷ୍ଟ୍ର ମୁମ୍ବାଇସ୍ଥିତ ଘର ଉପରକୁ ଗୁଳିମାଡ଼ ହୋଇଥିଲା । ଶନିବାର ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତମାନେ ରୋହିତଙ୍କ ଘର ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ଏବଂ ଫରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଜୋରଦାର କରିଥିଲେ ।
