ଆଜି ‘ଧୁରନ୍ଧର ୨’ର ଟିଜର ରିଲିଜ ହୋଇଛି । ଏହାରି ମଧ୍ୟରେ ଏହି ଫିଲ୍ମର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି । ଯେଉଁଥିରେ ରଣବୀର ସିଂଙ୍କୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କୁ ଆକର୍ଷିତ କରିଛି ।ଏହି ପୋଷ୍ଟରରେ ରଣବୀର କଳା ଜ୍ୟାକେଟ୍ ପିନ୍ଧି ବର୍ଷାରେ ଓଦା ହେଉଥିବା ଦେଖାଯାଇଛି । ଏଥିସହ ଲାଲ ରଙ୍ଗରେ ନଜର ଆସିଥିବା ଏହି ପୋଷ୍ଟରଟି ଖୁବ୍ ପ୍ରଭାବଶାଳୀ ହୋଇଛି । ପୋଷ୍ଟର ରିଲିଜ୍ କରିବା ସହିତ ନିର୍ମାତା କ୍ୟାପସନରେ ଲେଖିଛନ୍ତି ଯେ, ‘‘ଏବେ ଏହାକୁ ନଷ୍ଟ କରିବାର ସମୟ ଆସିଛି । ଆଜି ଏହାର ଟିଜର ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ୧୯ ମାର୍ଚ୍ଚରେ ସାରା ବିଶ୍ବରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟଲମ ଭାଷାରେ ରିଲିଜ୍ ହେବ ।”
ଧୁରନ୍ଧର ୨’ଫିଲ୍ମର ପୋଷ୍ଟର ରିଲିଜ୍
By madhulekha1 Min Read
