ଶେଷରେ ପୂର୍ବତନ ମିସ ୱାଲର୍ଡ ଐଶ୍ୱର୍ଯ୍ୟା ରାୟଙ୍କ କାନ୍ସ ୨୦୨୬ ଲୁକର ଫଟୋ ଆସିଛି। ଐଶ୍ ରେଡ କାର୍ପେଟରେ ଗୋଲାପୀ ଗାଉନ ଲୁକ ସହିତ ସମସ୍ତଙ୍କ ହୃଦୟ ଜିତିଛନ୍ତି।କେବଳ ପୋଷାକ ନୁହେଁ, ବରଂ ତାଙ୍କର ସାଜସଜ୍ଜା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଐଶ୍ୱର୍ଯ୍ୟା ତାଙ୍କ ବ୍ଲୁ ଗାଉନ୍ ସହିତ ଉଜ୍ଜ୍ୱଳ ଡାଇମଣ୍ଡ ଜୁଲରି ବା ହୀରା ଅଳଙ୍କାର ପିନ୍ଧିଥିଲେ। ତାଙ୍କ କାନରେ ଥିବା ବଡ଼ ହୀରା ଝୁମୁକା ଏବଂ ହାତରେ ଥିବା ଚମତ୍କାର ମୁଦି ତାଙ୍କ ରାଜକୀୟ ଲୁକ୍କୁ ସଂପୂର୍ଣ୍ଣ କରୁଥିଲା। କେଶ ବିନ୍ୟାସରେ ସେ ସରଳତା ଏବଂ ଆଧୁନିକତାର ସମନ୍ୱୟ ରଖିଥିଲେ। ତାଙ୍କର ମେକଅପ୍ ମଧ୍ୟ ଖୁବ୍ ସୁନ୍ଦର ଥିଲା; ଗ୍ଲୋଇଂ ସ୍କିନ୍ ଏବଂ ଆଖିର ଆକର୍ଷଣୀୟ ମେକଅପ୍ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ସୋସିଆଲ ମିଡିଆରେ ଐଶ୍ୱର୍ଯ୍ୟାଙ୍କର ଏହି ନୂଆ ଲୁକ୍ ଭାଇରାଲ ହେବାରେ ଲାଗିଛି। କିନ୍ତୁ ସମସ୍ତଙ୍କ ନଜର ତାଙ୍କ ୧୪ ବର୍ଷୀୟ ଝିଅ ଆରାଧ୍ୟା ବଚ୍ଚନଙ୍କ ଉପରେ ମଧ୍ୟ ଥିଲା। ଆରାଧ୍ୟା ମା’ଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କର ରେଡ କାର୍ପେଟ ଡେବ୍ୟୁ କରିଥିଲେ। ଲାଲ ସାଟିନ ଗାଉନ ଏବଂ ଏକ ଚମକଦାର କେପ ପିନ୍ଧି ଆରାଧ୍ୟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଐଶ୍ୱର୍ଯ୍ୟା ଦୀର୍ଘ ବର୍ଷ ହେବ ଧରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇ ଆସୁଛନ୍ତି। ସେ ଏବେ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ବ୍ରାଣ୍ଡର ବିଶ୍ୱସ୍ତରୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଛନ୍ତି।
କାନ୍ସ ରେଡ୍ କାର୍ପେଟରେ ଐଶ୍ୱର୍ଯ୍ୟାଙ୍କ ଜଲୱା: ବ୍ଲୁ ମର୍ମେଡ୍ ଗାଉନ୍ରେ ଆସିଲେ ନଜର
By madhulekha1 Min Read
