ଅଭିନେତ୍ରୀ ସେଲିନା ଜେଟଲୀ ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛନ୍ତି ।ସେଲିନା ୨୦୧୧ ମସିହାରେ ପିଟରଙ୍କୁ ବିବାହ କରିବା ପରେ ଅଷ୍ଟ୍ରିଆ ଚାଲିଯାଇଥିଲେ । ଗତ ବର୍ଷ ଅକ୍ଟୋବରରେ ସେ ଭାରତ ଫେରି ଆସିଥିଲେ । ଫେରିବା ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ଉପରେ ନିର୍ଯାତନାର ଅଭିଯୋଗ ଆଣିଥିଲେ । ଏହି ଦମ୍ପତିଙ୍କ ତିନୋଟି ସନ୍ତାନ ଅଛନ୍ତି । ଯେଉଁମାନେ ବର୍ତ୍ତମାନ ଅଷ୍ଟ୍ରିଆରେ ପିଟରଙ୍କ ସହିତ ରହୁଛନ୍ତି । ଏକ ସୋସିଆଲ ମିଡିଆ ପୋଷ୍ଟରେ ସେଲିନା ଦାବି କରିଛନ୍ତି ଯେ, ଅଷ୍ଟ୍ରିଆନ ଫ୍ୟାମିଲି କୋର୍ଟ ସେମାନଙ୍କୁ ଜଏଣ୍ଟ କଷ୍ଟଡି ପ୍ରଦାନ କରିଛନ୍ତି । ଏହା ସତ୍ତ୍ୱେ, ତାଙ୍କୁ ତାଙ୍କ ପିଲାମାନଙ୍କ ସହ ଯୋଗାଯୋଗ କରିବା କିମ୍ବା ଭେଟିବାରୁ ଦିଆଯାଉନାହିଁ।ତାଙ୍କ ଆବେଦନରେ ଅଭିନେତ୍ରୀ ତାଙ୍କ ତିନି ସନ୍ତାନଙ୍କ ହେପାଜତ ଦାବି କରିଥିଲେ ।
