ଶେଷ ହେଲା ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନଭଣ୍ଡାରରେ ଖାଲି ଥିବା ସମସ୍ତ ସିନ୍ଦୁକ ଓ ଆଲମିରାର ସ୍ଥାନାନ୍ତର ପ୍ରକ୍ରିୟା । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇଛି ।ଏପରିକି ଭିତରେ ରତ୍ନଭଣ୍ଡରାର ଥିବା ଏକ ଲୁହା ସିନ୍ଦୁକ ସ୍ଥନାନ୍ତରଣ ବେଳେ ବାହାରକୁ ବାହାରିବା ସମ୍ଭବ ନ ହେବାରୁ ବାହାର ରତ୍ନଭଣ୍ଡାର କାଠ କବାଟ କଟାଯାଇ ଏହାକୁ ବାହାର କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢୀ କହିଛନ୍ତି। ସିନ୍ଦୁକ, ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବା ପରେ ବର୍ତ୍ତମାନ ଏସ୍ଆଇକୁ ଚିଠି ଲେଖାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଏକ କୋଠରୀକୁ ସ୍ଥାନାନ୍ତର କରାଯାଇଛି ସିନ୍ଦୁକ ଓ ଆଲମିରା। ଏହାପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ଏସଓପି ଅନୁସାରେ ଦିନ ୧ଟାରୁ ସ୍ଥାନାନ୍ତରଣ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା।