ଦେଶର ପ୍ରମୁଖ ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥା ରିଲାଏନ୍ସ ଜିଓର ୮ମ ପୂର୍ତ୍ତି ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ବ୍ୟବସାୟିକ ଭାବେ ରିଲାଏନ୍ସ ଜିଓ ଭାରତରେ ସେବା ଆରମ୍ଭ କରିବାର ୮ବର୍ଷ ପୂରଣ କରିଛି।ଏହି ଅବସରରେ କମ୍ପାନୀ ପକ୍ଷରୁ ଦିଆଯାଉଛି ସ୍ୱତନ୍ତ୍ର ଅଫର। କେତେକ ନିର୍ଦିଷ୍ଟ ରିଚାର୍ଜ ପ୍ଲାନ୍ ଉପରେ ମିଳୁଛି ଏହି ଅଫର। ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୧୦, ୨୦୨୪ ପର୍ଯ୍ୟନ୍ତ ଏହି ଅଫର୍ର ଲାଭ ଉଠାଇପାରିବେ ଜିଓ ଉପଭୋକ୍ତା। ୮୯୯ ଟଙ୍କା, ୯୯୯ ଟଙ୍କା ଏବଂ ୩୫୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ଉପରେ ଏହି ଅଫର ଉପଲବ୍ଧ।ଜିଓର ଅଷ୍ଟମ ବର୍ଷପୂର୍ତ୍ତି ଅଫରର ଲାଭ ନେଉଥିବା ଜିଓ ଗ୍ରାହକଙ୍କୁ ୧୭୫ ଟଙ୍କା ମୂଲ୍ୟର ୧୦ଟି ଓଟିଟି ଆପ୍ସର ସଦସ୍ୟତା ଓ ୧୦ ଜିବିର ଅତିରିକ୍ତ ଡାଟା ପ୍ୟାକ୍ ମିଳିବ, ଯାହାର ବୈଧତା ୨୮ ଦିନ ରହିବ । ଏହା ସହିତ ତିନି ମାସର ଜୋମାଟୋ ଗୋଲ୍ଡ ମେମ୍ବରସିପ ମଧ୍ୟ ମାଗଣାରେ ଉପଲବ୍ଧ ହେବ। ସେହିଭଳି ଏହି ଅଫରର ଲାଭ ନେଉଥିବା ସବୁ ଉପଭକ୍ତାଙ୍କୁ ୫୦୦ ଟଙ୍କା ମୂଲ୍ୟର ଆଜିଓ ରିହାତି ଭାଉଚର ମିଳିବ ଯାହା ଆଜିଓରେ ୨୯୯୯ ଟଙ୍କାରୁ ଅଧିକ ମୂଲ୍ୟର କ୍ରୟ ସହିତ ବ୍ୟବହାର କରାଯାଇପାରିବ।