ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦାନ୍ତମୂଳକୁ ଦୃଢ଼ ରଖେ। ଚର୍ମ ଏବଂ କେଶକୁ ବଢ଼ିବାରେ ଦହି ମଧ୍ୟ ସାହାଯ୍ୟ କରେ। ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହାଦ୍ୱାରା କ୍ଷତ ହୋଇଥିବା ସ୍ଥାନରେ ନୂଆ ଚର୍ମ ମଧ୍ୟ ଆପେ ସୃଷ୍ଟିି ହୋଇଯାଏ। ଏଥିରେ ଭିଟାମିନ୍, ପ୍ରୋଟିନ୍, କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ପରି ପୋଷକ ତତ୍ତ୍ୱ ଭରି ରହିଛି। ଏହାବ୍ୟତୀତ ଦହି ମଧ୍ୟ ଏକ ଖୁବ୍ ଭଲ ପ୍ରୋବାୟୋଟିକ୍। ଏହା ଅନ୍ତ୍ରନଳୀରେ ଭଲ ବ୍ୟାକ୍ଟେରିଆକୁ ବଢାଇବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ସେହିପରି ଦହି ସେବନ ଦ୍ୱାରା ହାଡ ମଜବୁତ ରହିଥାଏ। ତେବେ ଦୁର୍ବଳ ପାଚନ ତନ୍ତ୍ର ଥିବା ଲୋକମାନେ ଦହିଠାରି ଦୂରେଇ ରହିବା ଆବଶ୍ୟକ। ଯଦି ଆପଣଙ୍କର ଏସିଡିଟି ସମସ୍ୟା ରହିଥାଏ, ତେବେ ଦହି ଖାଆନ୍ତୁ ନାହିଁ। ଖାସ୍ କରି ରାତିରେ ଦହି ଆଦୌ ନୁହେଁ। କିଛି ଲୋକ ହରଡ ଡାଲି ସହ ଦହି ଖାଇଥାନ୍ତି, ଯାହା ଆଦୌ ଠିକ୍ ନୁହେଁ। ଏସିଡିଟି ରୋଗୀ ଏ ଦୁଇଟି ଯାକ ଖାଦ୍ୟଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ୍ ଏସିଡିଟି ସମସ୍ୟା ବଢିପାରେ।