ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛନ୍ତି । ସେ ଏବେ ଶୁଳ୍କ ସମ୍ପର୍କିତ ଜାରି ଥିବା ପ୍ରସଙ୍ଗରେ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସାମିଲ କରିଛନ୍ତି। ଆମେରିକା ବାହାରେ ନିର୍ମିତ ଚଳଚ୍ଚିତ୍ର ଉପରେ ଟ୍ରମ୍ପ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଏହା ହଲିଉଡ୍ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ଏ ସମ୍ପର୍କରେ ଏକ ପୋଷ୍ଟ ଟ୍ରମ୍ପ ସୋସିଆଲ ମିଡଆ ପ୍ଲାଟଫର୍ମ ଟ୍ରୁଥରେ ଶେୟାର କରିଛନ୍ତି। ଏଥିରେ ଲେଖାଥିଲା, ‘ଆମେରିକାରେ ଚଳଚ୍ଚିତ୍ର ଶିଳ୍ପ ବହୁତ ଦ୍ରୁତ ଗତିରେ ଶେଷ ହେଉଛି। ଅନ୍ୟ ଦେଶଗୁଡ଼ିକ ଆମର ଚଳଚ୍ଚିତ୍ର ନିର୍ମାତା ଏବଂ ଷ୍ଟୁଡିଓଗୁଡ଼ିକୁ ଆମେରିକାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରୋତ୍ସାହନ ଯୋଜନା ପ୍ରଦାନ କରୁଛନ୍ତି। ହଲିଉଡ ଏବଂ ଆମେରିକାର ଅନେକ ଅଞ୍ଚଳ ଧ୍ୱଂସ ପାଉଛି। ଏହା ଅନ୍ୟ ଦେଶମାନଙ୍କ ଦ୍ୱାରା ଏକ ସୁଚିନ୍ତିତ ପ୍ରୟାସ, ତେଣୁ ଏହା ଜାତୀୟ ସୁରକ୍ଷା ପାଇଁ ବିପଦ।”ସେପଟେ ବଲିଉଡ୍ରେ ଏନେଇ ବିରୋଧ ଆରମ୍ଭ ହେଲାଣି ।ତଥାପି, ଏହି ଶୁଳ୍କ ଚଳଚ୍ଚିତ୍ର ପ୍ରଯୋଜନା କମ୍ପାନୀ ଉପରେ ଲାଗୁ ହେବ କି ନା ତାହା ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇନାହିଁ । ଟ୍ରମ୍ପ ଏହା ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।