ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ସେ ୨୦୦୭ ମସିହାରେ ଅଭିଷେକଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ୧୭ ବର୍ଷ ହୋଇଗଲାଣି। ବର୍ତ୍ତମାନ ସେମାନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ନିକଟରେ ଐଶ୍ୱର୍ଯ୍ୟା ଝିଅ ଆରାଧ୍ୟାଙ୍କ ସହ ନଜର ଆସିଥିଲେ। ଉଭୟ SIIMA ପୁରସ୍କାରରେ ଯୋଗଦେବାକୁ ଯାଇଥିଲେ।
ଏହି ସମୟ ମଧ୍ୟରେ ଗୋଟିଏ ଜିନିଷ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା, ତାହା ହେଉଛି ଅଭିନେତ୍ରୀଙ୍କ ବିବାହ ରିଙ୍ଗ। ତାଙ୍କ ହାତରେ ଥିବା ରିଙ୍ଗ ନ ଦେଖିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ମଧ୍ୟ ଛାଡପତ୍ରର ଗୁଜବ ପୁଣି ଉଡ଼ିବା ଆରମ୍ଭ କରିଛି।