ଭାରତୀୟ କ୍ରିକେଟର ଲିଜେଣ୍ଡ କ୍ୟାପ୍ଟେନ କୁଲ ଏମଏସ ଧୋନିଙ୍କ ହେୟାର୍ ଷ୍ଟାଇଲକୁ ନେଇ ପୁଣି ଚର୍ଚ୍ଚା। ଧୋନି ତାଙ୍କ ଆଇକନିକ୍ ଲଙ୍ଗ୍ ହେୟାର ଷ୍ଟାଇଲକୁ ସାଇଡ୍-ଫେଡ୍ ହେୟାରଷ୍ଟାଇଲକୁ ପରିବର୍ତ୍ତନ କରିଛନ୍ତି |୨୦୨୪ର ଆଇପିଏଲ୍ ସିଜିନ୍ ପୂର୍ବରୁ ଧୋନିଙ୍କର ଲଙ୍ଗ ହେୟାର ଷ୍ଟାଇଲ୍ ବେଶ ଚର୍ଚ୍ଚାକୁ ଆସିଥିଲା । ଯାହାକୁ ହେୟାର ଷ୍ଟାଇଲିସ୍ ଅଲିମ୍ ହକିମ୍ଙ୍କ ପକ୍ଷରୁ ରିଲିଜ୍ କରାଯାଇଥିଲା । ତେବେ ଦେଖାଯାଉ ଧୋନି ଏଥର ଆଇପିଏଲ୍ ସିଜିନ୍ ଖେଳୁଛନ୍ତି ନା ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ମେଣ୍ଟର ଭୂମିକାରେ ନଜର ଆସୁଛନ୍ତି । ତାହା ଦେଖିବାକୁ ବାକି ରହିଲା । ତେବେ ଧୋନିଙ୍କ ନୂଆ ହେୟାର ଷ୍ଟାଇଲର ଫଟୋ ଆଲିମ ହାକିମ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋ ପୋଷ୍ଟ ହେବା ମାତ୍ରେ ନେଟିଜେନ୍ସଙ୍କ ଧ୍ୟାନ ଆକର୍ଷଣ କରିଛି।