ସାଉଥ ଅଭିନେତା ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ଛାଡପତ୍ର ହୋଇଛି। ବିବାହର ୨୦ ବର୍ଷ ପରେ ଦମ୍ପତିଙ୍କର ଏବେ ରାସ୍ତା ଅଲଗା ହୋଇଯାଇଛି। ଦୁଇ ବର୍ଷ ପୂର୍ବେ ଅଲଗା ହେବା ଘୋଷଣା କରିବା ପରେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବର୍ତ୍ତମାନ କୋର୍ଟରୁ ଛାଡପତ୍ର ପାଇଛନ୍ତି। ଅନ୍ୟପକ୍ଷେ ନୟନତାରା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ଦାୟର କଲେ ଅଭିନେତା ଧନୁଶ। ତାଙ୍କ ପ୍ରଯୋଜନା ସଂସ୍ଥା ୱନ୍ଦେରବାର ଫିଲ୍ମ ପ୍ରାଇଭେଟ୍ ଲିମିଟେଡ୍ ନୟନତାରା, ତାଙ୍କ ସ୍ୱାମୀ ବିଘ୍ନେଶ ଶିବନ ଓ ସେମାନଙ୍କର ପ୍ରଯୋଜନା ସଂସ୍ଥା ରାଉଡି ପିକ୍ଚର ପ୍ରାଇଭେଟ୍ ଲିମିଟେଡ୍ ଓ ଅନ୍ୟ ୨ ଜଣଙ୍କ ବିରୋଧରେ ଅଭିଯୋଗ କରିଛି। ଏମାନେ ତାଙ୍କର ନେଟ୍ଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ ଧୁନଶଙ୍କ ପ୍ରଯୋଜିତ ‘ନାନୁମ ରାଉଡି ଧାନ’ ଫିଲ୍ମର ଭିଡିଓ କ୍ଲିପ୍କୁ ବେଆଇନ ଭାବେ ବ୍ୟବହାର କରିଛନ୍ତି। ନଭେମ୍ବର ୨୭ ତାରିଖରେ ମାଡ୍ରାସ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହେବ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।