ପ୍ରୋଟିନ୍ ଅଭାବକୁ ଦୂର କରିବା ପାଇଁ ଅନେକ ଲୋକ ପ୍ରୋଟିନ୍ ପାଉଡର ଖାଆନ୍ତି, କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ। ମାଂସ ଏବଂ ମାଛ ପ୍ରୋଟିନର ସର୍ବୋତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। କାହିଁକିନା ଏଥିରେ ଅନେକ ପ୍ରୋଟିନ୍ ଥାଏ । କିନ୍ତୁ ଯେଉଁମାନେ ସାଧା ଖାଦ୍ୟ ଖାଆନ୍ତି ସେମାନଙ୍କ ପାଇଁ ଏହି ଖାଦ୍ୟ ପ୍ରୋଟିନ ଦେଇଥଏ | ଯଥା ଫଳ ଏବଂ ପନିପରିବା ଯେଉଁଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଛି । ଏହି ଖାଦ୍ୟ ଗୁଡ଼ିକୁ ଆମର ଦୈନନ୍ଦିନ ଖାଦ୍ୟର ଏକ ଅଂଶ । ଏହା ଖାଇବା ଦ୍ବାରା ଶରୀରରେ ପ୍ରୋଟିନର ଅଭାବ ଦେଖାଯାଏ ନାହିଁ ।
ପିଜୁଳି :ପିଜୁଳି ଖାଇବାକୁ ଅଧିକାଂଶ ଲୋକଙ୍କୁ ଭଲଲାଗେ। ଏହା ଖାଇବାକୁ ମଧ୍ୟ ବହୁତ ସ୍ୱାଦିଷ୍ଟ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ପିଜୁଳିରେ ପ୍ରୋଟିନ୍ ଭରପୁର ମାତ୍ରାରେ ରହିଛି । ଖାଦ୍ୟରେ ସବୁ ବୟସର ଲୋକେ ମଧ୍ୟ ଖାଇପାରିବେ ।
ମଟର ଛୁଇଁ : ଲୋକଙ୍କ ପ୍ରିୟ ପନିପରିବା ତାଲିକାରେ ଅନ୍ତର୍ଭୁକ୍ତ । ମଟର ପ୍ରାୟ ସମସ୍ତଙ୍କ ପରିବା ଏବଂ ଖାସ କରି ଏହା ଶିତଦିନେ ଅଧି୍କ ବଜାରରେ ମିଳେ । ମଟର ପ୍ରୋଟିନର ଏକ ଉତ୍ତମ ଉତ୍ସ ବୋଲି କୁହାଯାଇପାରିବ । ଯଦି ଆପଣ ପ୍ରୋଟିନ୍ ଅଭାବରୁ ଦୂରେଇ ରହିବାକୁ ଚାହାଁନ୍ତି ତେବେ ପ୍ରତିଦିନ ମଟର ଖାଆନ୍ତୁ ।
କମଳା : କମଳା ପୁଷ୍ଟିକର ଫଳ । କମଳାରେ ଥିବା ପୁଷ୍ଟି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ଥାଏ । କମଳା ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟରେ ମଧ୍ୟ ଭରପୂର ଅଟେ । କମଳା ଖାଇବା ଦ୍ୱାରା ପ୍ରୋଟିନ୍ ଅଭାବ ଦୂର ହୋଇପାରିବ ।
ପାଳଙ୍ଗ : ପାଳଙ୍ଗ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।ଏଥିରେ ଥିବା ପୋଷକ ତତ୍ତ୍ୱ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଆଇରନ୍ ଏବଂ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଛି । ପାଳଙ୍ଗ ଖାଇବା ଦ୍ୱାରା ପ୍ରୋଟିନ୍ ଅଭାବ ଦୂର ହୋଇଥାଏ ।
କଦଳୀ : କଦଳୀ ପ୍ରୋଟିନର ଏକ ଭରପୁର ଉତ୍ସ । ଏଥିରେ ପୋଟାସିୟମ୍, ଫାଇବର ଏବଂ କ୍ୟାଲସିୟମର ଭରପୁର ପରିମାଣରେ ରହିଛି । କଦଳୀରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ମଧ୍ୟ ଥାଏ । ପ୍ରତିଦିନ କ୍ଷୀର ସହିତ କଦଳୀ ଖାଇବା ଲାଭଦାୟକ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହା କାମ କରେ ।
କିୱି : କିୱି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । କିୱିରେ ପ୍ରୋଟିନ୍ ଭଲ ପରିମାଣରେ ମିଳିଥାଏ । ଭିଟାମିନ୍ ଏ ଏବଂ ଫାଇବର ମଧ୍ୟ ଏଥିରେ ପ୍ରଚୁର ପରିମାଣରେ ଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିୱି ଖାଇବା ଦ୍ୱାରା ଶରୀରରେ ପ୍ରୋଟିନ୍ ଅଭାବ ହୁଏ ନାହିଁ ।