କୋଲ୍ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ମିଳିଲା ଆଗୁଆ ଜାମିନ। ଆଗୁଆ ଜାମିନ ମଞ୍ଜୁର କଲେ ହାଇକୋର୍ଟ। ଗତ ୨୧ତାରିଖରେ ଝାରସୁଗୁଡ଼ାର ତେଲକୋଳେଇ ଥାନା ଅଞ୍ଚଳରେ ଥିବା କୋଲ ଇଣ୍ଡିଆ ଅଫିସ ସାମ୍ନାରେ ପ୍ରତିବାଦ ଧାରଣା ଘଟଣାରେ ଦାୟର ମାମଲାରେ ଦୀପାଳିଙ୍କୁ ମିଳିଛି ସର୍ତ୍ତମୂଳକ ଆଗୁଆ ଜାମିନ। ୩ ସପ୍ତାହ ମଧ୍ୟରେ ନିମ୍ନ ଅଦାଲତରେ ହାଜର ହୋଇ ଜାମିନରେ ଯାଇପାରିବେ।