କଟକ ରାଜେନ୍ଦ୍ର ନଗର ଅଞ୍ଚଳର ଶିବ ଶଙ୍କର ସାହୁ ନିଜ ପୁଅର ବାଇକ୍ କିଣିବା ଜିଦି କୁ ପୂରଣ କରିବା ପାଇଁ ସାଇକେଲ କୁ ବାଇକ୍ ର ରୂପ ଦେଇଛନ୍ତି। ଅବଶ୍ୟ ସାଇକେଲ ଭଳି ପ୍ୟାଡେଲ୍ ରେ ଏହା ଚାଲୁଛି କିନ୍ତୁ ବଡି ଟି ପୁରା ବାଇକ୍ ଭଳି। ବାଇକ୍ ସାଇକେଲ ତିଆରି କରିବା ପାଇଁ ପାଖାପାଖି ୨ ମାସ ସମୟ ଲାଗିଥିବା ବେଳେ ପାଖାପାଖି ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସବୁଠାରୁ ବଡ଼ କଥା ହେଲା କି ଅନେକ ଥର ପୋଲିସ ବାଇକ୍ ହେଲମେଟ ଚେକିଂ ବେଳେ ଶିବ ଶଙ୍କର ଙ୍କୁ ଧରିଛନ୍ତି। ହେଲେ ସାଇକେଲ ଜାଣିବା ପରେ ସମ୍ମାନ ସହ ଛାଡି ଦେଇଛନ୍ତି।