ଇଣ୍ଡିଆନ ଆଇଡଲ୍ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି।ଇଣ୍ଡିଆନ ଆଇଡଲ୍ ରେ ନିଜର ଜଲଵା ଦେଖାଉଥିବା ଏହି ଯୁବକ ଜଣଙ୍କ ହେଉଛନ୍ତି କଟକ ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝା ଙ୍କ ପୁଅ ଜ୍ୟୋତି ପ୍ରକାଶ ଓଝା। ଛୋଟ ବେଳରୁ ସଙ୍ଗୀତ ପ୍ରତି ରୁଚି ରଖୁଥିବା ଜ୍ୟୋତି ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍ ରେ ନିଜକୁ ସ୍ଥାନିତ କରି ପାରିଛନ୍ତି। ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ବର୍ତ୍ତମାନ ପ୍ଲାଟିନମ ମାଇକ ପାଇ ଟପ୍ ୧୫ ରେ ଜାଗା ପାଇଛନ୍ତି। ବର୍ତ୍ତମାନ ଏକମାତ୍ର ଓଡ଼ିଆ ଭାବେ ଜ୍ୟୋତି ପ୍ରକାଶ ଇଣ୍ଡିଆନ ଆଇଡଲ୍ରେ ଥିବା ବେଳେ ଆଗକୁ ଅଧିକ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ କରିବା ଜ୍ୟୋତିଙ୍କ ଏକମାତ୍ର ଲକ୍ଷ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ ।