ରାବଣପୋଡ଼ିରେ ଏଥର ଆଉ ହେବନି ବାଣ ପ୍ରତିଯୋଗିତା। ଏନେଇ ହାଇକୋର୍ଟ ସିଏମ୍ସି ଏବଂ ଜିଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କେବଳ ପରିବେଶ ଅନୁକୂଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ୍ କମିଟି ପ୍ରସ୍ତାବ ଦେଇଛି । ରାବଣ ପୋଡ଼ି ପାଇଁ ବାଲିଯାତ୍ରା ତଳ ପଡ଼ିଆରେ ୧୦ ତାରିଖ ସୁଦ୍ଧା ସମସ୍ତ ବ୍ୟବସ୍ଥା କରିବାକୁ ସିଏମସି ଓ ଜିଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାବଣ ପୋଡ଼ି ଦେଖିବାକୁ କଟକକୁ ବହୁ ଲୋକଙ୍କ ଆଗମନ ହୋଇଥାଏ। ତେଣୁ ଉକ୍ତ ସମୟରେ ଟ୍ରାଫିକର ସୁପରିଚାଳନା ପାଇଁ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।