ବାଂଲାଦେଶୀ ଯୁବତୀ ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦମ୍ପତିଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଯୁବତୀଙ୍କ ଅଭିଯୋଗ ଆଧାରରେ ଉଭୟ ଦମ୍ପତିଙ୍କୁ ପଚରାଉଚରା ଜାରି ରଖିଛି ମଧୁପାଟଣା ପୋଲିସ।ପୋଲିସ ଉପସ୍ଥିତିରେ ହୋଇଛି ବୟାନ ରେକର୍ଡ । ସେ କେଉଁଠୁ ଆସିଲେ ? କାହା କାହା ସହ ଥିଲେ ପୋଲିସ ଆଗରେ ସବୁ ତଥ୍ୟ ରଖିଛନ୍ତି ନାବାଳିକା । ୫ ଜଣ ବ୍ୟକ୍ତି ତାଙ୍କୁ ବାଂଲାଦେଶରୁ ଓଡ଼ିଶା ଆଣିଥିବା ସେ କହିଛନ୍ତି । ୫ ଜଣଙ୍କ ମଧ୍ୟରେ କିଛି ବାଂଲାଦେଶୀ, ପଶ୍ଚିମବଙ୍ଗ ଓ ଓଡ଼ିଶାର ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା । ଉଦ୍ଧାର ହୋଇଥିବା ନାବାଳିକାଙ୍କ ବୟସ ୧୬ । ସୋସିଆଲ ମିଡିଆରେ ଚାକିରିର ଅଫର ଦେଇ ତାଙ୍କୁ ଓଡ଼ିଶା ଅଣାଯାଇଥିବା ସ୍ପଷ୍ଟ ହୋଇଛି । ରାକେଟରେ ଥିବା ଯୁବକମାନଙ୍କ ବିଷୟରେ ନାବାଳିକା ବେଶୀ କିଛି କହିପାରୁନାହାନ୍ତି ।ନାବାଳିକାଙ୍କ ବୟାନ ରେକର୍ଡ ସହ ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଉଛି । ନାବାଳିକାଙ୍କୁ ଦୁଷ୍କର୍ମ ସଂପର୍କରେ ସ୍ପଷ୍ଟ ହୋଇନଥିବା କହିଛନ୍ତି ଡିସିପି । ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।