ବାଲେଶ୍ବର ପରଖି ଫାଣ୍ଡି ତଥା ସଦର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ।ବାଲେଶ୍ଵର ଜିଲ୍ଲା ପରିକ୍ଷୀ ପୁଲିସ ଥାନା ଅଞ୍ଚଳରେ। ଜଣେ ଯୁବକଙ୍କୁ ବେକରେ ରଶି ଲଗାଇ ଦୁଇ କିଲୋମିଟର ବିଚ୍ ରାସ୍ତାରେ ଘୋଷାରି ଘୋଷାରି ନେଲେ ଦୁର୍ବୃତ୍ତ। କେତେବେଳେ ରାସ୍ତା ମଝିରେ ଗୋଇଠା, ବିଧା, ମାଡ ମଧ୍ୟ ମାରିବାକୁ ପଛଘୁଞ୍ଚା ଦେଉ ନ ଥିଲେ। ପରେ ଉକ୍ତ ଯୁବକ ଜଣକ ଅଚେତ ହୋଇ ପଡ଼ିଥିଲେ। ଅଚେତ ପରେ ରାସ୍ତା ମଝିରେ ଛାଡ଼ି ପଳାଇ ଯାଇଥିଲେ ଅସାମାଜିକ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ଯୁବକ ଜଣଙ୍କ। ଏହି ଘଟଣାକୁ ଫାଣ୍ଡି ଠାରୁ ନେଇ ସଦର ଥାନା ପୁଲିସ ଅତ୍ୟନ୍ତ ହାଲୁକା ଭାବେ ଗ୍ରହଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ୩ ଦିନ ବିତିଥିଲେ ବି କାହାରିକୁ ପୁଲିସ ଗିରଫ କରିନାହିଁ।ତେବେ ଜମିଜମା ସଂକ୍ରାନ୍ତୀୟ ବ୍ୟାପାରକୁ ନେଇ ମାଡ଼ ମରାଯାଇଥିବା ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି।
ଗାଁ ଦାଣ୍ଡରେ ଯୁବକଙ୍କୁ ଦଉଡିରେ ବାନ୍ଧି ଘୋଷାଡିଲେ ଦୁର୍ବୃତ୍ତ
By madhulekha1 Min Read
