ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ । ଥାନାରେ ଶିକ୍ଷକ ଅଟକ । ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ଛାତ୍ରୀଙ୍କ ପରିବାର ।ଏମିତି କି ଛାତ୍ରୀଙ୍କୁ ଜୀବନରୁ ମାରି ଦେବାକୁ ହିନ୍ଦୀ ଶିକ୍ଷକ ଜଣକ ଧମକ ଦେଇଥିବା ଛାତ୍ରୀ ଜଣକ ଅଭିଯୋଗ ଆଣିଛନ୍ତି ।ଶୁକ୍ରବାର ରାତିରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ବିଦ୍ୟାଳୟରୁ ପଳାଇ ଆସି ନିକଟସ୍ଥ ଗାଁରେ ଆଶ୍ରୟ ନେଇଥିଲେ । ପରେ ଛାତ୍ରୀ ଜଣକ ଗାଁ ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ । ପୋଲିସ ଗାଁରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏହାସହ ବିଦ୍ୟାଳୟରୁ ସଂପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଥାନାକୁ ଉଠାଇ ନେଇଥିଲା । ଏ ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ଛାତ୍ରୀ ଜଣକ ଭଦ୍ରକ ଆଗରପଡା ଅଞ୍ଚଳର ବୋଲି ଜଣାପଡିଛି । ଛାତ୍ରୀଙ୍କ ଅଜାଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ରସିକିଆ ହିନ୍ଦୀ ଶିକ୍ଷକ । ଅସଦାଚରଣ ଅଭିଯୋଗ ଆଣିଲେ ସପ୍ତମ ଶ୍ରେଣୀ ଛାତ୍ରୀ
By madhulekha1 Min Read
