ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ ପହଞ୍ଚିଲା ମହାକାଶ ସେଣ୍ଟରରେ । ଇଣ୍ଟରନ୍ୟାଶନାଲ ସ୍ପେସ୍ ସେଣ୍ଟରରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍ ଓ୍ବିଲ୍ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍ ମଧ୍ୟ ଡ୍ରାଗନ୍ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ତେବେ ଗତ ଜୁନ ୬ରେ ବୋଇଂ ଷ୍ଟାରଲାଇନର୍ କ୍ୟାପସୁଲ ଯୋଗେ ଉଭୟ ସୁନୀତା ଓ ବୁଚ୍ ଆଇଏସଏସରେ ପହଞ୍ଚିଥିଲେ। ତେବେ ଷ୍ଟାରଲାଇନରରେ ହିଲିୟମ ଲିକ୍ ହେବା ଯୋଗୁ ଏଥିରେ ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବାକୁ ନାସା ନିରାପଦ ମଣି ନ ଥିଲା। ତେଣୁ ଗତ ୬ରେ କୌଣସି କ୍ରିଉ ସଦସ୍ୟଙ୍କ ବିନା ଷ୍ଟାରଲାଇନର୍ ପୃଥିବୀ ଫେରି ଆସିଥିଲା।