କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (କସ୍ତୁରବା ଗାନ୍ଧୀ) ବିଦ୍ୟାଳୟର ଛାତ୍ରୀ ନିବାସରେ ଛାତ୍ରୀ ମାନଙ୍କୁ ସରକାର ଙ୍କ ତରଫରୁ ଯୋଗାଇ ଦିଆଯାଉଥିବା କଷ୍ଟମେଟିକ୍ସ ସାମଗ୍ରୀ ଠାରୁ ଆରମ୍ଭକରି ଅନେକ ମୌଳିକ ସୁବିଧା ସମେତ ବାସୀ ପଖାଳ ଖାଦ୍ୟ, ଶୌଚାଳୟ ଅବସ୍ଥା ଅସ୍ବାସ୍ଵ୍ଯ କର ପରିବେଶ ସୃଷ୍ଟି କରୁଅଛି ତା ସାଙ୍ଗକୁ ନିୟମିତ ପୁଷ୍ଟିକର ଖାଦ୍ୟ ଏବଂ ଶାରିରୀକ ମାନସିକ ନିର୍ଯ୍ୟାତନା, ଏହା ଛଡା ଆଜି ପର୍ଯ୍ୟନ୍ତ ଦଶମ ଶ୍ରେଣୀର ୨ ରୁ ୩ ଟି ବହିରୁ ଗୋଟିଏ ବି ଚାପ୍ଟର ଖୋଲା ହୋଇନାହିଁ ବୋଲି ଛାତ୍ରୀ ମାନେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏନେଇ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରଧାନଶିକ୍ଷୟତ୍ରୀ ସୁନିତା ଦାସ ଙ୍କ ନାଁରେ ଆହୁରି ଅନେକ ଥର ଅଭିଯୋଗ ଆଣିଛନ୍ତି ଛାତ୍ରୀ ମାନେ ତାଙ୍କ ନିତ୍ଯ ବ୍ଯବହାର କରୁଥିବା କଷ୍ଟମେଟିକ୍ସ ଜିନିଷ ଭଲଭାବରେ ଦେଉନଥିବା ବେଳେ ଖାଦ୍ୟ ପେୟରେ ମଧ୍ୟ ଅଭାବ କରାଯାଉଥିବା ଘଟଣାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ସୁନିତା ଦାସ ଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।ଏହି ଘଟଣା କୁ ନେଇ ପୂର୍ବରୁ ଜିଲ୍ଲାପାଳଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ତେଣୁ ଏହାକୁ ନେଇ ବିଇଓ ଙ୍କୁ ତଦାରଖ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେଅନୁସାରେ ବିଇଓ ମଧ୍ୟ ବିଦ୍ୟାଳୟ କୁ ତଦାରଖ ପାଇଁ ଯାଇଥିଲେ। ତଦାରଖ କଲେ କିନ୍ତୁ କଣ ତଦାରଖ କଲେ ତାହା ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ। ସେମିତି ଶିକ୍ଷୟତ୍ରୀଙ୍କ ଖୋଲୁମଖୋଲା ଆଗ ଭଳି ହିଁ ତାଙ୍କ କାର୍ଯ୍ଯକଳାପ ଜାରିରଖିଥିବା ଅଭିଯୋଗ କରିଛନ୍ତି ଛାତ୍ରୀ ମାନେ। ଶିକ୍ଷୟିତ୍ରୀ ଙ୍କ ମନମୁତାବକ କାର୍ଯ୍ଯରେ ଓ ବିଦ୍ୟାଳୟର ପାରିପାର୍ଶ୍ବିକ ପରିସ୍ଥିତି ଉପରେ ବିଶେଷ ଭାବରେ ଛାତ୍ରୀ ମାନଙ୍କୁ ଅତିଷ୍ଠ କରିଥିବା ଯୋଗୁଁ ମଙ୍ଗଳବାର ଦିନ ଦୀର୍ଘ ୨୨ କିଲୋମିଟର ଭବାନୀପାଟଣା ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିବା ପାଇଁ ଛାତ୍ରୀ ମାନେ ପାଦରେ ଚାଲି ଚାଲି ଯିବା ଘଟଣା ହିଁ ଅତି ଦୁଃଖ ଦାୟକ ବିଷୟ ପାଲଟିଛି। ତେବେ ଏହି ଘଟଣା ଉପରେ ଜିଲ୍ଲାପାଳ ମହୋଦୟ କେତେ ତତତ୍ପରତା ଦେଖାଇବେ ସମସ୍ୟାର ସମାନ କରିବେ ତାହା ସମୟ ହିଁ କହିବ ବୋଲି ବିଭିନ୍ନ ମହଲରେ ଆଲୋଚନା କରୁଥିବା ଜଣାପଡିଛି।