ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜନୀତି ମୈଦାନରୁ ସିଧାସଳଖ ମାରିଛନ୍ତି କ୍ରିକେଟ ମୈଦାନରେ ଏଣ୍ଟ୍ରି । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଦୁଇଟି ବଲରେ ମାରିଥିଲେ ଚମତ୍କାର ସଟ୍ । ଭାଇରାଲ ହେଉଛି ତାଙ୍କ କ୍ରିକେଟ ଖେଳୁଥିବାର ଭିଡିଓ ।
ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀ ତମ ଅଲ୍ ଇଣ୍ଡିଆ ଆଡଭୋକେଟ କ୍ରିକେଟ ଟୁର୍ନାମେଣ୍ଟର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ କ୍ରିକେଟ ଖେଳୁଥିବା ଏବଂ ଅଂଶଗ୍ରହଣକାରୀଙ୍କ ସହ ଜଡ଼ିତ ଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ ଯଦି ଆମର ଦଳଗତ କାର୍ଯ୍ୟ କରିବାର କ୍ଷମତା ଥାଏ ତେବେ ଆମର ସଫଳତାର ସମ୍ଭାବନା ଅଧିକ ହୋଇଯାଏ ।