ଉତ୍କର୍ଷ ଓ କନ୍କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିଥିଲେ। ୨୦୨୫ରେ ଓଡ଼ିଶାରେ ସର୍ବବୃହତ ଶିଳ୍ପ କନକ୍ଲେଭ ହେବାକୁ ଯାଉଛି । ସେମିକଣ୍ଡକ୍ଟର, ପେଟ୍ରୋ କେମିକାଲସ, ଆଇଟିରେ ବିନିଯୋଗ ସମ୍ଭାବନା ଅଧିକ । ୨୦୪୭ ବିକଶିତ ଓଡ଼ିଶା ଗଠନରେ ଏହା ଦୃଢ ମୁଳଦୁଆ ପକାଇବ । କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶା ଶିଳ୍ପ ହବ ହେବାକୁ ଯାଉଛି ।ଏହା ୨୦୩୬ରେ ସମୃଦ୍ଧ ଓଡ଼ିଶା ଓ ୨୦୪୭ରେ ବିକଶିତ ଓଡ଼ିଶା ଗଠନ ପାଇଁ ନିଶ୍ଚିତ ଭାବେ ଏହା ସୁଦୃଢ ମୂଳଦୁଆ ପକାଇବ।ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଥିଲେ। ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ଥିଲେ। ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ୟ୍ୟ ହୋଇଛି । ବିଜେଡି ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ର ନାଁ ପରିବର୍ତ୍ତନ କରି ରାଜ୍ୟର ବିଜେପି ସରକାର ଏହାକୁ ‘ଉତ୍କର୍ଷ ଓଡ଼ିଶା’ର ନାମକରଣ କରିଛନ୍ତି ।