ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ଏବଂ ସେହି ସମୟରେ ମହାପ୍ରଭୁଙ୍କ ଠାରେ ସ୍ବତନ୍ତ୍ର ବାଳଭୋଗ ନୀତି କିଭଳି ସମୟାନୁସାରେ କରାଯିବ ସେନେଇ ବିସ୍ତୃତ ଆଲୋଚନା ହୋଇଛି। ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ଆସନ୍ତା ୧୪ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ହୋଇଛି ନୀତିନିର୍ଘଣ୍ଟ ହୋଇଛି। ଦ୍ୱାରଫିଟା ପ୍ରାତଃ ୪ଟାରୁ ହେବ। ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ନେଇ ହୋଇଛି ଆଲୋଚନା। ସେହିପରି ନାଟମଣ୍ଡପ ଶୀତତାପ ନିୟନ୍ତ୍ରିତ ହେବ। ପୁରୁଷ ଲୋକଙ୍କ ପାଇଁ ଅଲଗା, ମହିଳା ଓ ଶିଶୁ ମାନଙ୍କ ପାଇଁ ଅଲଗା ଲାଇନ୍ ବ୍ୟବସ୍ଥା ସହ ବୃଦ୍ଧବୃଦ୍ଧାଙ୍କ ପାଇଁ ମଧ୍ୟ ଅଲଗା ଲାଇନ୍ ବ୍ୟବସ୍ଥା ହେବ।