ଚାଟ ଜିପିଟିର ନିର୍ମାତା ଓପନ ଏଆଇରୁ ଏକ ବଡ଼ ଖବର ଆସିଛି।ଶୁକ୍ରବାର ବିଳମ୍ବିତ ରାତିରେ କମ୍ପାନୀ ପକ୍ଷରୁ ସାମ୍ ଅଲ୍ଟମ୍ୟାନ୍ଙ୍କୁ ପଦରୁ ହଟାଇ ଦିଆଯାଇଛି। ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ । ତାଙ୍କ ସ୍ଥାନରେ ଜଣେ ଭାରତୀୟ ମହିଳାଙ୍କୁ ଦାୟିତ୍ବ ମିଳିଛି । ଓପେନ-ଏଆଇର ଚିଫ୍ ଟେକ୍ନୋଲୋଜି ଅଫିସର ମୀରା ମୁର୍ତ୍ତିଙ୍କୁ ଅନ୍ତରୀଣ ସିଇଓ ଦାୟିତ୍ବ ଦିଆଯାଇଛି । କମ୍ପାନୀ ଏକ ବ୍ଲଗରେ ପ୍ରକାଶ କରିଛି ଯେ ଓପନ ଏଆଇ ବୋର୍ଡର ଆଲଟମ୍ୟାନଙ୍କ ଉପରେ ଆଉ ବିଶ୍ୱାସ ନାହିଁ। ତାଙ୍କର ନେତୃତ୍ୱ ଦକ୍ଷତା ଉପରେ ବୋର୍ଡର ବିଶ୍ୱାସ ନଥିଲା।
ଏହାର ମୁଖ୍ୟ କାରଣ ବୋର୍ଡ ସଦସ୍ୟ ଏବଂ ସୋମଙ୍କ ମଧ୍ୟରେ ଯୋଗାଯୋଗର ଅଭାବ ବୋଲି କୁହାଯାଏ।୨୦୧୫ରେ Open AI ଆରମ୍ଭ ହୋଇଥିଲା । ସାମ୍ ଅଲ୍ଟମ୍ୟାନ୍ ଏବଂ ଗ୍ରେଗ ବ୍ରୋକମ୍ୟାନ୍ ଏକ ଛୋଟିଆ କୋଠରୀରୁ ଏହାକୁ ଆରମ୍ଭ କରିଥିଲେ। ସେହି ସମୟରେ ଏଲନ୍ ମସ୍କ ମଧ୍ୟ ଏହି କମ୍ପାନୀର ଏକ ଅଂଶ ଥିଲେ। କିନ୍ତୁ ୨୦୧୮ ମସିହାରେ ସେ ନିଜକୁ ଓପନ୍ ଏଆଇରୁ ଅଲଗା କରିଥିଲେ। ତେବେ ChatGPT ଲଞ୍ଚ ହେବାପରେ ଅଲ୍ଟମ୍ୟାନ OpenAI ର ଚେହେରା ପାଲଟିଥିଲେ।ଏହା ବିଶ୍ବର ସବୁଠାରୁ ଦ୍ରୁତଗତି ବଢ଼ୁଥିବା ସଫ୍ଟଓ୍ବେୟାର ଆପ୍ଲିକେସନ ହେବାରେ ନାଁ କରିଛି ।ଅପରପକ୍ଷେ ପୂର୍ବତନ ସିଇଓ ଅଲ୍ଟମ୍ୟାନ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ରେ କହିଛନ୍ତି ଯେ ମୁଁ ଓପନ ଏଆଇରେ ବିତାଇଥିବା ସମୟକୁ ବହୁତ ଭଲ ପାଏ। କମ୍ପାନୀରେ ଦକ୍ଷ ବ୍ୟକ୍ତିଙ୍କ ସହ କାମ କରି ମୁଁ ଅଧିକ ଉପଭୋଗ କରିଛି। ତେବେ ଇସ୍ତଫା ଏକ ପରିବର୍ତ୍ତନଶୀଳ ନିଷ୍ପତ୍ତି।