ନୂଆ ସିମ୍ କାର୍ଡ କିଣିବାକୁ ବିଚାର କରୁଥିଲେ କିମ୍ବା ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ, ତେବେ କିଛି ନୂଆ ନିୟମ ବିଷୟରେ ଜାଣିବା ନିତାନ୍ତ ଆବଶ୍ୟକ । ନୂଆ ସିମ୍ କାର୍ଡ ପାଇଁ ନୂତନ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଟେଲିକମ୍ ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଅନୁଯାୟୀ, ସମସ୍ତ ନୂତନ ସିମ୍ କାର୍ଡ ସଂଯୋଗ ପାଇଁ ଆଧାର ଆଧାରିତ ବାୟୋମେଟ୍ରିକ୍ ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି । ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ବେଆଇନ ସିମ୍ କାର୍ଡ କିଣିବା ଏବଂ ଏହାର ବ୍ୟବହାର ଭୁଲ ବାଟରେ କରିବାରୁ ବର୍ତ୍ତିବା ପାଇଁ ସରକାର ଏହି ନିୟମ ଆରମ୍ଭ କରିଛନ୍ତି ।ଟେଲିକମ୍ ସେକ୍ଟର ଦ୍ଵାରା ନିକଟରେ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ନକଲି ସିମ୍ କାର୍ଡ ଆର୍ଥିକ ଘୋଟାଲାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଜଣାପଡିଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଗୋଟେ ଡିଭାଇସରେ ଏକାଧିକ ସିମ୍ କାର୍ଡ ବ୍ୟବହାର କରାଯାଉଛି । ଯାହା ସାଇବର ଠକେଇକୁ ଏକ ମାତ୍ରାରେ ବଢେଇଛି । ଏସବୁ ବିରୋଧରେ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।