ଚନ୍ଦ୍ରୟାନ-୩ ମିଶନର ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ୧୬୦ କି.ମି. ଓସାରର ଏକ ପୁରାତନ ଗର୍ତ୍ତ ଠାବ କରିଛି। ଚନ୍ଦ୍ର ଦକ୍ଷିଣ ମେରୁ ଐତ୍କେନ ବେସିନ୍ଠାରୁ ପ୍ରାୟ ୩୫୦ କି.ମି. ଦୂରରେ ଏହି ଗର୍ତ୍ତ ରହିଛି। ‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ ରୋଭର ବର୍ତ୍ତମାନ ଆକାଶୀୟ ପିଣ୍ଡର ଦକ୍ଷିଣ ମେରୁରେ ଚନ୍ଦ୍ର ପୃଷ୍ଠର ସନ୍ଧାନ କରୁଛି।ନୂଆ ଗର୍ତ୍ତ୧୬୦ କିଲୋମିଟର ଚଉଡା। ଦକ୍ଷିଣ ମେରୁର ଏଟକେନ ବେସିନ ଚନ୍ଦ୍ରପୃଷ୍ଠରେ ପାଖାପାଖି ୧,୪୦୦ ମିଟର ଧ୍ୱଂସସ୍ତୁପ ଜମା କରିଛି,ଯେତେବେଳେ ଛୋଟ ବେସିନ ଓ ଗର୍ତ୍ତରେ ଶହଶହ ମିଟର ସାମଗ୍ରୀ ଯୋଡି ହୋଇଛି। ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା। ଏହା ପରେ ଉକ୍ତ ମିଶନ ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ଜାରି ରଖିଛି।