ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ‘ନୀତିଶାସ୍ତ୍ର’ରେ ମନୁଷ୍ୟଜୀବନ ସହ ଜଡ଼ିତ ଅନେକ ସମସ୍ୟା ଏବଂ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରୁ କିଛି ଉପାୟ ସଫଳ ଏବଂ ଧନୀ ହେବାକୁ ନେଇ ରହିଛି। ପରିଶ୍ରମ ଏବଂ ପ୍ରତିଭା ଥିଲେ ଜଣେ ଧନୀ ହୋଇଥାଏ ବୋଲି ଚାଣକ୍ୟ କହିଛନ୍ତି। ବ୍ୟକ୍ତିକୁ ଧନବାନ ହେବା ଲାଗି ଏଭଳି ସ୍ଥାନରେ ରହିବା ଉଚିତ ଯେଉଁଠାରେ ଚାକିରି ତଥା ରୋଜଗାର କରିବାର ସାଧନ ଉପଲବ୍ଧ।ଟଙ୍କା ରୋଜଗାର ଲାଗି ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଅତ୍ୟନ୍ତ ଆବଶ୍ୟକ। ଲକ୍ଷ୍ୟ ବିହୀନ ବ୍ୟକ୍ତି କେବେହେଲେ ଆଗକୁ ବଢ଼ିପାରେ ନାହିଁ। ନା ସେ ଧନବାନ ହୋଇପାରେ। ସଫଳତା ପ୍ରାପ୍ତ କରିବା ପୂର୍ବରୁ ବ୍ୟକ୍ତିଙ୍କୁ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବା ଉଚିତ। ଯିଏ ଆହ୍ବାନକୁ ସ୍ବିକାର କରି ତାର ସାମ୍ନା କରେ, ସେ ସଫଳ ହେବା ସହ ଧନୀ ହୋଇଥାଏ। ଯିଏ ଡରିଯାଏ ସେ ଅସଫଳ ହୋଇଯାଏ।କ୍ତିକୁ ଟଙ୍କା ରୋଜଗାର ଲାଗି ଭୁଲ ରାସ୍ତାରେ ଚାଲିବା ଉଚିତ ନୁହେଁ। କାରଣ ଏହା କେବେ ନା କେବେ ଅସୁବିଧାରେ ପକାଇପାରେ।ଜୀବନରେ ସଫଳତା ପାଇବା ପରେ ବ୍ୟକ୍ତିକୁ କେବେ ବି ଅହଙ୍କାର କରିବା ଉଚିତ ନୁହେଁ। ଏହାଦ୍ୱାରା ପତନ ସ୍ବାଭାବିକ ବୋଲି ସେ କହିଛନ୍ତି।