ସିବିଆଇ ପଞ୍ଝାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଡେପୁଟି ଡାଇରେକ୍ଟର । ଲାଞ୍ଚ ନେଇ ଧରାପଡ଼ିଲେ ଭୁବନେଶ୍ବରସ୍ଥିତ କାର୍ଯ୍ୟଳୟରେ କାର୍ଯ୍ୟରତ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ସିବିଆଇ ଟିମ୍ ।ଜଣେ ବ୍ୟବସାୟୀଙ୍କ ଘର ରେଡ୍ କରିବା ଭୟ ଦେଖାଇ ଏକ କୋଟି ଟଙ୍କା ମାଗିଥିଲେ ଇଡିର ଡେପୁଟି ଡ଼ାଇରେକ୍ଟର ଚିନ୍ତନ ରଘୁବଂଶୀ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦ଲକ୍ଷ ଟଙ୍କା ନେବା ବେଳେ ସହିଦନଗର ଅଞ୍ଚଳରେ ମାଡ଼ିବସିଥିଲା ସିବିଆଇ ଟିମ୍ । ତାଙ୍କର ଜଣେ ମଧ୍ୟସ୍ଥି ମାଧ୍ୟମରେ ଏହି ଲାଞ୍ଚ ନେଉଥିଲେ ଚିନ୍ତନ ରଘୁବଂଶୀ ।ଏନେଇ ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ସିବିଆଇ ପଚରାଉଚୁରା କରୁଛି । ୨୦୧୩ର ଭାରତୀୟ ରାଜସ୍ବ ସେବା (ଆଇଆରଏସ୍) ଅଧିକାରୀ ହେଉଛନ୍ତି ଚିନ୍ତନ ରଘୁବଂଶୀ ।