ଶନିବାର ମାୟାନଗରୀ ମୁମ୍ବାଇର କାନ୍ଦିବଲି ଅଞ୍ଚଳରେ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେଙ୍କ ଗାଡ଼ିରେ ଧକ୍କା ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି ।ପୁଲିସ ଦେଇଥିବା ସୂଚନା ଅନୁସାରେ ଅଭିନେତ୍ରୀ ଉର୍ମିଳା ଏକ ଶୁଟିଂ ସାରି ଶୁକ୍ରବାର ରାତିରେ ଫେରୁଥିଲେ। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ତାଙ୍କ କାର ଡ୍ରାଇଭର ହଠାତ ନିୟନ୍ତ୍ରଣ ହରାଇ ପୋଇଜର ମେଟ୍ରୋ ଷ୍ଟେସନ ନିକଟରେ କାର୍ଯ୍ୟରତ ଦୁଇ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଦୁଇ ଶ୍ରମିକଙ୍କ ଉପରେ ଗାଡ଼ ଚଢ଼ି ଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।ପୁଲିସ୍ ଘଟଣାରେ ତତ୍ପରତା ଦେଖାଇ କାର୍ ଚାଳକଙ୍କ ବିରୋଧରେ ଏତଲା ଦାୟର କରି ଯାଞ୍ଚ୍ ଆରମ୍ଭ କରିଛନ୍ତି ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।