କେକ୍ ଖାଇଲେ ହୋଇପାରେ କର୍କଟ ଭଳି ମାରାତ୍ମକ ରୋଗ। କେକ୍ରୁ କର୍କଟ ସୃଷ୍ଟିକାରୀ ପଦାର୍ଥ ମିଳିବା ପରେ ଏବେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।କର୍ଣ୍ଣାଟକ ସରକାରଙ୍କ ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ବିଭାଗ ପକ୍ଷରୁ ବିଭିନ୍ନ କେକ୍ ପାର୍ଲରଗୁଡ଼ିକରେ ଚଢ଼ାଉ କରାଯାଇ ତାହାର ମାନ ଯାଞ୍ଚ କରାଯାଇଥିଲା। ନମୁନା ପରୀକ୍ଷଣ ସମୟରେ ଯାହା ତଥ୍ୟ ମିଳିଲା ତାହା କେବଳ ଉକ୍ତ ବିଭାଗର ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ନୁହେଁ, ସାରା ଦେଶବାସୀଙ୍କୁ ଚମକାଇ ଦେବ ନିଶ୍ଚୟ। କାରଣ କେକ୍ରୁ ମିଳିଥିଲା କର୍କଟ ସୃଷ୍ଟିକାରୀ ପଦାର୍ଥ। ରେଡ୍ ଭେଲଭେଟ ଏବଂ ବ୍ଲାକ୍ ଫରେଷ୍ଟ ଭଳି କେକ୍ରେ ପ୍ରାୟତଃ ସୁନ୍ଦର ଦେଖାଯିବା ପାଈଁ ଆକର୍ଷଣୀୟ କୃତ୍ରିମ ରଙ୍ଗରେ ତିଆରି ହୋଇଥାଏ। ଯାହା ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ଏହି ନମୁନା ଗୁଡ଼ିକରେ ଆଲୁରା ରେଡ୍, ସନ୍ସେଟ୍ ୟେଲୋ ଏଫସିଏଫ୍, ପୋନ୍ସୋ ୪ ଆର, ଟାର୍ଟ୍ରାଜାଇନ୍ ଏବଂ କାର୍ମୋଇସିନ୍ ପରି କୃତ୍ରିମ ରଙ୍ଗର ଉପସ୍ଥିତି ପ୍ରକାଶ ପାଇଛି। ଯାହା କର୍କଟ ରୋଗର କାରଣ ହୋଇପାରେ ।