ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ଦେଶରେ ପଡୁଛି। ଇରାନ ହେର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ଫଳରେ ଆମଦାନୀ ହୋଇଥିବା ତରଳ ପଦାର୍ଥର ମୂଲ୍ୟ ବୃଦ୍ଧି ପାଇଛି। ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି କମର୍ସିଆଲ ଗ୍ୟାସ ମୂଲ୍ୟରେ ୧୧୫ ଟଙ୍କା ବଢ଼ିଛି । ଆଜିଠୁ ନୂଆ ଦର ଲାଗୁ ହେବ । ପୂର୍ବରୁ ଘରୋଇ LPG ୮୫୩ ଟଙ୍କା ଥିଲା । କମର୍ସିଆଲ LPG ଦର ବି ବଢ଼ିଛି । ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ଏବର୍ଷ କମର୍ସିଆଲ ଗ୍ୟାସ ମୂଲ୍ୟରେ ଲଗାତାର ତୃତୀୟ ବୃଦ୍ଧି । ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ଭାରତ ଏଲ୍ ପିଜି ଆମଦାନି କରିଥାଏ ।ନୂତନ ଦର ୭ ମାର୍ଚ୍ଚରୁ ଅର୍ଥାତ୍ ଆଜିଠାରୁ କାର୍ଯ୍ୟକାରୀ ହେବ।ଦେଶରେ ବ୍ୟବହାର ହେଉଥିବା ମୋଟ ଏଲ୍ ପିଜିର ପ୍ରାୟ ଦୁଇ ତୃତୀୟାଂଶ ଆମଦାନି ହୋଇଥାଏ । ସେଥିରୁ ୮୫ରୁ ୯୦ ପ୍ରତିଶତ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଦେଶରେ ୯୦ ପ୍ରତିଶତ ଏଲ୍ ପିଜିକୁ ରୋଷେଇ ପାଇଁ ବ୍ୟବହାର କରାଯାଉଛି । ଏଲପିଜିର ୩୩ କୋଟି ଗ୍ରାହକ ଅଛନ୍ତି ।
ଗ୍ରାହକଙ୍କୁ ବଡ଼ ଝଟକା: ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି
By madhulekha1 Min Read
