ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଝିଅ ସନା ଗାଙ୍ଗୁଲିଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଶୁକ୍ରବାର ସନ୍ଧ୍ୟାରେ ସନା ତାଙ୍କ ଗାଡ଼ିରେ କେଉଁଆଡ଼େ ଯାଉଥିଲେ । କୋଲକାତା ସ୍ଥିତ ଡାୟମଣ୍ଡ ହାର୍ବର ରୋଡରେ ଏକ ବସ୍ ସନାଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ ସନା କାର୍ ଭିତରେ ରହିଥିଲେ । ସନା ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି । ସନାଙ୍କ କାରକୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲା ଡ୍ରାଇଭର । କିନ୍ତୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଉକ୍ତ ଡ୍ରାଇଭରକୁ ଧରିବାରେ ସଫଳ ହୋଇଥିଲା । ଏହି ଅଘଟଣ ସୌରଭ ଗାଙ୍ଗୁଲିଙ୍କ ବାସଭବନ ଠାରୁ ଅଳ୍ପ ଦୂରରେ ହୋଇଥିଲା ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।