ବଳପୂର୍ବକ ଦଖଲ ହେତୁ ଭେଟେରାନ ଅଭିନେତା ନାଗାର୍ଜୁନଙ୍କ ମାଲିକାନାରେ ଥିବା ଏନ କନଭେନସନ ସେଣ୍ଟରକୁ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦିଓ ଏହା ତାଙ୍କ ବାସଭବନ ନୁହେଁ, ତେବେ ୧୦ ଏକର ଜାଗାରେ ତିଆରି ହୋଇଥିବା ନାଗାର୍ଜୁନଙ୍କ ଏନ. କନଭେନ୍ସନ ହଲକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ହାଇଦ୍ରାବାଦ ବିପର୍ଯ୍ୟୟ ପରିଚାଳନା ଏବଂ ସମ୍ପତ୍ତି ସଂରକ୍ଷଣ ସଂସ୍ଥା(ଏଚଓ୍ବାଇଡିଆରଆରଏ) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଅଭିଯୋଗରେ କୁହାଯାଇଛି ଯେ ସାଢେ ତିନି ଏକର ଜମି ଦଖଲ କରି ଏହି କେନ୍ଦ୍ର ନିର୍ମାଣ କରାଯାଇଛି, ଯାହା ପ୍ରଥମେ ହ୍ରଦର ଅଂଶ ଥିଲା।ଅନ୍ୟପଟେ ପ୍ରଶାସନର ଏପରି ପଦକ୍ଷେପକୁ ନେଇ ନାଗାର୍ଜୁନ ଦୁଃଖପ୍ରକାଶ କରିଛନ୍ତି। ସେ କହିଛନ୍ତି, ତାଙ୍କ କନ୍ଭେନସନ ହଲ୍ ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ। ବେଶକିଛି ବର୍ଷ ହେବ ୧୦ ଏକର ଜମି ଉପରେ ନିର୍ମାଣ କରାଯାଇଥିବା ଏନ-କନଭେନଶନ ସେଣ୍ଟର ଉପରେ ଯାଞ୍ଚ ଚାଲିଛି। ଏହି ଯାଞ୍ଚ ସହରର ମାଧପୁରରେ ଇମ୍ମିଡିକୁଣ୍ଡା ହ୍ରଦର ଫୁଲ ଟେକ ଲେଭଲ(ଏଫଟିଏଲ) ଅଞ୍ଚଳରେ ବଫର ଜୋନ ଭିତରେ ଅବୈଧ ନିର୍ମାଣ ଅଭିଯୋଗ ପରେ କରାଯାଇଥିଲା।ସୁନ୍ଦରଗଡରେ ପୁଣି ଘଟିଛି ଅମାନବୀୟ ଘଟଣା।