ନଖର ଉପର ଅଂଶ କଳା ହେଲେ ଏହା ଏକ ପ୍ରକାର ସଂକ୍ରମଣ ସଙ୍କେତ ଦେଇଥାଏ। ଏହାକୁ ଦୂର ପାଇଁ ପାଣି-ଆପଲ୍ ସାଇଡର ଭିନେଗାରକୁ ସମାନ ପରିମାଣରେ ମିଶାନ୍ତୁ । ଏଥିରେ ନଖ ବୁଡାଇ କିଛି ସମୟ ରଖନ୍ତୁ । ଏହି ସମସ୍ୟା ଦୂର ହେବ। ତେବେ ଯଦି ବାରମ୍ବାର ଆପଣଙ୍କ ନଖ ଭାଙ୍ଗୁଛି, କଣରୁ ନଖ ଫାଟୁଛି, ଏହା ଶରୀରରେ ଆଇରନ କମ୍ ହେବାର ଲକ୍ଷଣ । ଆଇରନ ଅଭାବକୁ ପୂରଣ କରିବା ପାଇଁ ସବୁଜ ପନିପରିବା, ଡାଲି, ରାଶି, କଳା କିସମିସ ଖାଇବା ଉଚିତ୍। ଯଦି ନଖ ମଜଭୁତ ଓ ସଠିକ୍ ସମୟ ଅନୁସାରେ ବୃଦ୍ଧି ହେଉଛି, ତେବେ ଶରୀର ସୁସ୍ଥ ଥିବାର ଏହା ସଙ୍କେତ ଦେଇଥାଏ । ନଖରେ ନିୟମିତ ଧଳା ଦାଗ ହେଉଥିଲେ, ଶରୀରରେ ଏହା ଜିଙ୍କ୍ ଅଭାବ ହେବାର ସଙ୍କେତ ଦେଇଥାଏ । ଏହି ସମସ୍ୟା ଦୂର କରିବା ପାଇଁ ଚଣା, ଓଟ୍ସ, କାଜୁ, ଡାଲି ଆଦି ନିଜ ଖାଦ୍ୟରେ ସାମିଲ କରନ୍ତୁ।