ବଲିଉଡ ଆକ୍ଟ୍ରେସ ଲାରା ଦତ୍ତାଙ୍କ ବାପା ୮୪ ବର୍ଷ ବୟସରେ ମୁମ୍ବାଇରେ ଦେହାନ୍ତ ଘଟିଛି । ସ୍ବାମୀ ମହେଶ ଭୂପତିଙ୍କ ସହ ମିଶି ଅଭିନେତ୍ରୀ ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ପୁରା ପରିବାରେ ଶୋକର ଛାୟା ଖେଳିଯାଇଛି । ଅଭିନେତ୍ରୀ ଦତ୍ତାଙ୍କ ଭାଇରଲ ଭିଡିଓରେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ସଫା ଧଳା ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି । ୧୨ ମେ ଲାରା ଦତ୍ତା ତାଙ୍କ ବାପାଙ୍କ ଜନ୍ମଦିନ ପାଳନ କରିଥିଲେ । କିନ୍ତୁ ଜନ୍ମଦିନର ଠିକ୍ ୨୦ ଦିନ ପରେ ଏପରି ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ତାଙ୍କ ଅନ୍ତିମ ସଂସ୍କାର ମୁମ୍ବାଇର ସାନ୍ତାକ୍ରୁଜ ହିନ୍ଦୁ ଶ୍ମଶାନରେ ହୋଇଥିଲା ।