ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଫେରିଯାଇଛନ୍ତି । କିସ୍ର ୪୦ ହଜାର ପିଲାଙ୍କ ମଧ୍ୟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ସେ ମୁମ୍ବାଇର କିସ୍ ଆସିଥିଲେ । ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ ‘ବନବାସ’ । ଉତ୍କର୍ଷଙ୍କ ପିତା ତଥା ବିଶିଷ୍ଟ ବଲିଉଡ୍ ନିର୍ଦ୍ଦେଶକ ଓ ନିର୍ମାତା ଅନୀଲ ଶର୍ମା କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିଲେ ।ତେଣୁ ସେ ମୁମ୍ବାଇ ଛାଡ଼ି କିସ୍ ପିଲାଙ୍କ ସହ ଚଳଚ୍ଚିତ୍ର ‘ବନବାସ’ର ପ୍ରଚାର ପାଇଁ ଉତ୍କର୍ଷଙ୍କୁ କିସ୍ ପଠାଇଥିଲେ । ଉତ୍କର୍ଷଙ୍କ ସହ ତାଙ୍କ ମାଆ ଓ ଭଉଣୀ ମଧ୍ୟ କିସ୍ ଆସିଥିଲେ । ଆଜି ସକାଳେ ସେ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ‘ଗଦର୍ ୨’ ପରେ ଆଗାମୀ ଚଳଚ୍ଚିତ୍ର ‘ବନବାସ୍’ ରିଲିଜ ହେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଚଳଚ୍ଚିତ୍ରର ସଫଳତା କାମନା କରିଛନ୍ତି ଉତ୍କର୍ଷ।ଅଧିକ ଗୁରୁତ୍ବପୂର୍ଣ୍ଣ ଖବର ପଢିବା ପାଇଁ ଆମକୁ ଏବେ ଫୋଲୋ (Follow) କରନ୍ତୁ । ଅନ୍ୟଙ୍କୁ ସେୟାର କରନ୍ତୁ ।