ପ୍ରବୀଣ ଆର୍ମ ରେସ୍ଲିଂ ‘ପ୍ରୋ ପଞ୍ଜା ଲିଗ୍’ର କୋ-ଫାଉଣ୍ଡର। ପ୍ରୋ ପଞ୍ଜା ଲିଗ ଏକ ବୟାନରେ କହିଛି ଯେ ଆମକୁ ଏହା ଜଣାଇବାକୁ ଦୁଃଖ ଲାଗୁଛି ଯେ ପ୍ରୋ ପଞ୍ଜା ଲିଗର ସହ ସଂସ୍ଥାପକ ପ୍ରବୀଣ ଡବାସ ହସ୍ପିଟାଲରେ ଆଡମିଟ ଅଛନ୍ତି। ଶନିବାର ସକାଳେ ଦୁର୍ଭାଗ୍ୟପୂର୍ଣ୍ଣ କାର ଦୁର୍ଘଟଣା ପରେ ତାଙ୍କୁ ବାନ୍ଦ୍ରା ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବୀଣ ଡବାସ ‘ରାଗିଣୀ ଏମଏମଏସ-୨’, ‘ମାଇ ନେମ ଇଜ ଖାନ’ ଭଳି ଫିଲ୍ମ ନିମନ୍ତେ ଫ୍ୟାନସଙ୍କ ନିକଟରେ ପରିଚିତ। ସେ ‘ମେଡ ଇନ ହେଭେନ’ ଭଳି ସିରିଜରେ ମଧ୍ୟ କାମ କରିଛନ୍ତି। ନିକଟରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ‘ଶର୍ମାଜୀ କେ ବେଟି’ ଫିଲ୍ମରେ ତାଙ୍କୁ ଦେଖାଯାଇଥିଲା।