ମୟୂରଭଞ୍ଜ ଜିଲା ଉଦଳା ଥାନା ଅନ୍ତର୍ଗତ ଶାଳଖୁଣ୍ଟାସ୍ଥିତ ଆଶ୍ରମ ବିଦ୍ୟାଳୟରୁ ରବିବାର ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏକ ବାଉଁଶ ଖୁଣ୍ଟରେ ମୃତଦେହ ଝୁଲୁଥିବା ଖବର ପାଇ ଉଦ୍ଧାର କରିଛି ପୁଲିସ। କିପରି ଏହି ଛୋଟ ପିଲାର ଝୁଲନ୍ତା ମୃତଦେହ ମିଳିଲା ସମସ୍ତଙ୍କ ସନ୍ଦେହ ହେଉଛି। ଏଥିପାଇଁ ସମସ୍ତେ କହୁଛନ୍ତି ଯେ, କିଏ ଜଣେ ଏହି ଶିଶୁକୁ ମାରି ଟାଙ୍ଗିଦେଇଛି। ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଦ୍ଵିତୀୟ ଶ୍ରେଣୀ ଛାତ୍ରୀ କାନ୍ଦରୀ ମଢେଇ । ଆଜି ମଧ୍ୟାହ୍ନରେ ହଷ୍ଟେଲ ଛାତ୍ରୀମାନେ ଖାଇବା ପାଇଁ ଯିବା ସମୟରେ କାନ୍ଦରୀଙ୍କ ସାଙ୍ଗ ବାହାରକୁ ପରିସ୍ରା କରିବା ନିମନ୍ତେ ଆସିଥିଲେ ।
ଏହି ସମୟରେ ସେ ବିଦ୍ୟାଳୟ ପଛରେ ୩ ଫୁଟ ଉଚ୍ଚରେ ଥିବା ବାଉଁଶରେ ଝୁଲନ୍ତା ଅବସ୍ଥାରେ ଥିବା ଅନ୍ୟ ଛାତ୍ରୀମାନେ ଦେଖି ମେଟ୍ରୋନ ଏବଂ ଅନ୍ୟମାନଙ୍କୁ ଜଣାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଉଦଳା ମେଡିକାଲ କୁ ଚିକିତ୍ସା ନିମନ୍ତେ ଆଣିଥିବା ବେଳେ ତାର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାତ୍ର ୩ ଫୁଟ ଉଚ୍ଚରେ ଛାତ୍ରୀଙ୍କ ମୃତଦେହ ଝୁଲିବା ପୁରା ଘଟଣା କୁ ଅଧିକ ସନ୍ଦେହ ଭିତରକୁ ନେଇଛି ।