ରାଜ୍ୟରେ ଭାଜପା ସରକାର ଆସିବା ପରେ ତଥା ନିର୍ବାଚନ ସମୟରେ ଅନେକ ବିଜେଡି ନେତା ଆସି ଭାଜପାରେ ଯୋଗ ଦେଇଛନ୍ତି। ଏହି ଧାରା ଆଗକୁ ଜାରି ରହିବ ବୋଲି କହିଛନ୍ତି ରାଜ୍ୟ ଭାଜପା ମୁଖ୍ୟ ମନମୋହନ ସାମଲ। ସେ ଆହୁରି କହୁଛନ୍ତି ଯେ ବିଜେପିରେ ମିଶିବାକୁ ବହୁ ଆବେଦନ ଆସିଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ । ୨ ରାଜ୍ୟସଭା ସାଂସଦ ମିଶିଲେ ଆଗକୁ ଆହୁରି ଅନେକ ନେତା ମିଶିବେ । ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ।